୨୧ ଦିନରେ ବଦଳିଲେ ଜିଲ୍ଲାପାଳ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): ମାତ୍ର ୨୧ ଦିନ ପରେ ବଦଳିଛନ୍ତି ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁ । ତାଙ୍କୁ ନୟାଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି । ଆଜି ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗତ ୧୩ ତାରିଖରେ ପୋମା ଏଠାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିଲେ । କୋଟିଆ ବିକାଶ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରାଥମିକତା ଦେବେ ବୋଲି କହିଥିଲେ । ତେବେ ମାତ୍ର ୨୧ ଦିନ ପରେ ତାଙ୍କୁ ବଦଳି କରାଯିବା ଘଟଣାକୁ ଏଠାକାର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons