୨୨ରୁ ଜି ସାର୍ଥକରେ ସୌଭାଗ୍ୟବତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ମନୋରଞ୍ଜନର ଧାରାକୁ ଆଗକୁ ବଢ଼ାଇ ଜି ସାର୍ଥକ ଆଣିଛି ନୂଆ ମେଗା ଧାରାବାହିକ ‘ସୌଭାଗ୍ୟବତି’ । ଚଳିତମାସ ୨୨ ତାରିଖରୁ ପ୍ରତି ସୋମବାରରୁ ଶନିବାର ରାତି ୯ଟାରେ ଏହାର ପ୍ରସାରଣ ହେବ । ଦୁଃର୍ଭାଗ୍ୟର ଶିକୁଳିରେ ବନ୍ଧା ସମ୍ପର୍କର ସମାହାରକୁ ମୁକୁଳାଇବା ପାଇଁ ସୌଭାଗ୍ୟ ନେଇ ଆସିଥିବା ସ୍ୱାତୀର କାହାଣୀ ‘ସୌଭାଗ୍ୟବତି’ । ନାୟକ ଓ ନାୟିକା ଭୂମିକାରେ ଆଶୀଷ ଓ ଦେବସ୍ମିତା ଥିବାବେଳେ ଶିଶୁ କଳାକାର ପ୍ରସିଦ୍ଧିଙ୍କୁ ଏଥିରେ ଏକ ବିଶେଷ ଭୂମିକାରେ ଦେଖିବାକୁ ମଳିବ । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଶ୍ରୁମୋଚନ, ଜର୍ଜ ତିଆଡି, ଈଶା ବେବର୍ତ୍ତା, ବିରାଜ ଦାସ, ପିଙ୍କି, ସ୍ମରଣିକା ପ୍ରମୁଖ ଅଭିନୟ କରିଛନ୍ତି । ଓମ୍ ସାଇ ପ୍ରଡକ୍ସନ ବ୍ୟାନରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଏହି ଧାରାବାହିକରେ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ।
ସୌଭାଗ୍ୟବତିର କାହାଣୀ ଏବଂ ଉପସ୍ଥାପନାରେ ଓଡ଼ିଆ ପରିବାରର ପ୍ରତିବିମ୍ବ ପ୍ରତିଫଳନ ହେଉଥିବା ଜି ସାର୍ଥକ ପକ୍ଷରୁ ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons