ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ଚାଲାଣ ରାକେଟ୍ର କ୍ରମାଗତ ପର୍ଦ୍ଧାଫାସ କରିବାରେ ସଫଳ ହୋଇଛି ଜିଲ୍ଲା ବନ ବିଭାଗ । ବାଘ ଛାଲ ଚୋରା ଚାଲାଣ ରାକେଟ୍ରେ ଏକ ବଡ଼ ଗୋÂୀ ସକ୍ରିୟ ଥିବା ସାମ୍ନାକୁ ଆସୁଛି । ସଂପୃକ୍ତ ଚାଲାଣକାରୀଙ୍କ ସଂଖ୍ୟା ବଢିବଢି ଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ସମୁଦାୟ ୯ଟି ବାଘ ଛାଲ ଜବତ ଓ ଦୁଇଟି ବାଘ ଦାନ୍ତ ଜବତ ହୋଇଥିବା ବେଳେ ଏଥିରେ ସଂପୃକ୍ତ ୭ ଚାଲାଣକାରୀ ଗିରଫ ହୋଇଥିବା ଜିଲ୍ଲା ବନ ବିଭାଗରୁ ସୂଚନା ଦିଆଯାଇଛି ।
ରବିବାର ଜିଲ୍ଲାରେ ବାଘ ଛାଲ ରାକେଟ୍ ଘଟଣାରେ ଅଧିକ ଖୋଲତାଡ଼ ପରେ ଗତ ଶୁକ୍ରବାର ଗିରଫ ହୋଇଥିବା ବଫଲା ଗାଁର ରଙ୍ଗା ଚରଣ ଭୋଇ ନାମକ ଅଭିଯୁକ୍ତ ଠାରୁ ଶନିବାର ସନ୍ଧ୍ୟାରେ ପୁଣି ୪ଟି ବାଘ ଛାଲ ଜବତ ହୋଇଥିବା ଉତ୍ତର ବନଖଣ୍ଡ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ସୂଚନାମତେ, ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ଅପରାଧ ନିୟନ୍ତ୍ରଣ ବୁ୍ୟରୋ(ଡବ୍ଲୁସିସିବି) ଛତିଶଗଡ଼ ବନ ବିଭାଗ ଆଉ ଓଡିଶା ବନ ବିଭାଗର ମିଳିତ ଭାବେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଚଢ଼ାଉ କରିଥିଲେ । ଏହି ଚଢ଼ଉରେ କଳାହାଣ୍ଡି ଜିଲ୍ଲାର ୭ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ବିଭାଗ ଜିଲ୍ଲା ପୁଲିସ୍ର ସହାୟତାରେ ତଦନ୍ତ ଜାରି ରଖିଛି । ସ୍ଥାନୀୟ ବେପାରୀ ମଧ୍ୟରେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ଅମାଠର କାର୍ତ୍ତିକ ରଣାଙ୍କୁ ଗିରଫ କରାଯାଇଛି । ଅପରପକ୍ଷରେ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଡବ୍ଲୁ୍ୟସିସିବି ସୂଚନା ଶନିବାର କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଅନୁସନ୍ଧକାରୀ ଟିମ୍ ଜାରିଙ୍ଗ ନିକଟରେ ଚାଲାଣକାରୀଙ୍କ ଠାରୁ ଦୁଇଟି କଲରାପତରିଆ ବାଘର ଛାଲ ଓ ଗୋଟେ ଦାନ୍ତ ଜବତ କରିଥିବା ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି.ଅଶୋକ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଭାଗର ସୂଚନା ଅନୁସାରେ କେଗାଁର ଦୁଇ ଜଣ ଚାଲାଣକାରୀ ଭୁଲିଆର ବାଗ ଓ କୋଦଣ୍ଡ ଗୌଡ଼ ପୁଟିଆଚୋରା-ରେଙ୍ଗସାପାଲିରୁ ବାଇକ୍ରେ ଦୁଇଟି କଲରାପତରିଆ ବାଘ ଛାଲ ଓ ବାଘ ଦାନ୍ତ ବାଇକ୍ରେ ଚୋରା ଚାଲାଣ କରୁଥିବା ବେଳେ ଏସିଏଫ୍ ଶିବ ପ୍ରସାଦ ରଥଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନ ଟିମ୍ ଚାଲାଣକାରୀ ଦ୍ୱୟଙ୍କୁ ଶୁକ୍ରବାର ରାତି ପ୍ରାୟ ସାଢେ ୧୦ଟାରେ ଜାରିଙ୍ଗ ନିକଟରେ ଗିରଫ କରିଥିଲେ । ସେମାନଙ୍କ ସୂଚନା କ୍ରମେ କେଗାଓଁ ଗୁଣ୍ଡ୍ରି ଅଞ୍ଚଳ ମହିମା ଆଶ୍ରମରୁ ଅନ୍ୟ ଜଣେ ସଂପୃକ୍ତ ଉଅାଁଶୁ ଜାନୀକୁ ଗିରଫ କରାଯାଇଥିଲା । ବାଘ ଛାଲ ଚୋରାଚାଲାଣ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦେବରାଜ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ଦିଆଯାଇଛି । ଏହି ଚଢ଼ଉରେ ରେଂଜ ଅଫିସର ମୁରାରି ପଣ୍ଡା, ଫରେଷ୍ଟର ଦେବେନ୍ଦ୍ର ମାଝୀଙ୍କ ସମେତ ଅନ୍ୟା ଗାର୍ଡ ସାମିଲ ଥିଲେ । ତେବେ ଛାତିଶଗଡ଼ ଉଦନ୍ତୀଶିତା ନଦୀ ବ୍ୟାଘ୍ର ସଂରକ୍ଷଣ ଓ ଖରିଆର ସୀମାନ୍ତ ଦେଇ ବାଘ ଛାଲ ଚୋରା ଚାଲାଣ ହେଉଥିବା ଡବ୍ଲୁ୍ୟସିସିବି ସୂଚନା ଦେଇଥିଲେ । ତାହାରି ଆଧାରରେ କଳାହାଣ୍ଡି ବନ ବିଭାଗ ଏକ ମିଶନ କ୍ରମେ ବାଘ ଛାଲା ଚାଲାଣ ର୍ୟାକେଟ୍ ଧରିବା ପାଇଁ ଜିଲ୍ଲା ପୁଲିସ୍ର ସଯୋଗରେ ତଦନ୍ତ ଜାରି ରହିଛି ବୋଲି ଦକ୍ଷିଣ ଡିଏଫ୍ଓ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି । ତେବେ ଆଗକୁ କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ବାଘ ଛାଲ ରାକେଟ୍ରେ ବଡବଡ ମୁଣ୍ଡ ମଧ୍ୟ ଧରାପଡିବା ଆଶଙ୍କା କରାଯାଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.