ହିଞ୍ଜିଳି: ଚୋରୀ ସାମଗ୍ରୀକୁ ଜବତ କଲା ପୋଲିସ୍। ଗତ ୮ ତାରିଖ ରାତିରେ ହିଞ୍ଜିଳି ଥାନା ବଇଞ୍ଚବଣିଆ ଗୀତା ଭବନ ସମ୍ମୁଖରେ ଥିବା ଅଭିମନ୍ୟୁ ଦଳାଇଙ୍କ ଘରୁ ଚୋରି ହୋଇଥିଲା। ଚୋରୀ ସାମଗ୍ରୀ ଜବତ କରିଥିଲା ପୋଲିସ୍।ଗୁରୁବାର ହିଞ୍ଜିଳି ଥାନାରେ ଆସ୍କା ଏସଡିପିଓ ଏକ ପ୍ରେସମିଟି କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୫ ଭରି ସୁନା ଏବଂ ୧୦ ଭରି ରୂପା ଜବତ କରିଛି ପୋଲିସ୍।
ଏତଲାକାରୀ ବଇଞ୍ଚବଣିଆ ଗୀତାଭବନ ସମ୍ମୁଖର ଅଭିମନ୍ୟୁ ଦଳାଇଙ୍କ ଘରୁ ମୁଖ୍ୟ କବାଟର ତାଲା ଭାଙ୍ଗି ଘରେ ଥିବା ଆଲମିରାରୁ ସୁନା, ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ହିଞ୍ଜିଳି ଥାନା କେସ୍ ନମ୍ବର ୪୦୫/୨୦ରେ ଏକ ମାମଲା ରୁଜୁ କରି ସୁନା-ରୂପା ଉଦ୍ଧାର କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଥିବା ପୋଲିସ୍ ଅଧିକାରୀ କହିଛନ୍ତି।


Comments are closed, but trackbacks and pingbacks are open.