୨୫ରେ ଛଡ଼ାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ

Get real time updates directly on you device, subscribe now.

ସମ୍ବଲପୁରÿ,(ବି.ବି.ନୁ୍ୟଜ୍): ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ସକାଳ ୧୦ଟାରେ ଛଡ଼ାଯିବ । ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି । ଏଥିପାଇଁ ଡ୍ୟାମ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ଅଧିକ ବର୍ଷାହୋଇଥିାବରୁ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶ ପରିମାଣ ବଢ଼ିଛି । ଏଥିସହ ଜଳ ପତ୍ତନ ବଢ଼ିବା କାରଣରୁ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ କେତୋଟି ଗେଟ୍ ଖୋଲିବ ତାହା ସ୍ଥିର ହୋଇ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଡ୍ୟାମର ଉପର ମୁଣ୍ଡରେ ୨୧.୪୦ ମିଲିମିଟର ବର୍ଷା ହୋଇଛି । ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡକୁ ପ୍ରାୟ ୧ ଲକ୍ଷ ୧୧ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ଜଳ ପତ୍ତନ ୬୧୪ ଫୁଟ ଅତିକ୍ରମ କରିଛି । ଡ୍ୟାମର ସବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons