୨୫୦ ଟଙ୍କାରେ ଟିକା ଯୋଗାଇବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ସେରମ ଇନଷ୍ଟିଚୁ୍ୟଟ୍ ଶୁକ୍ରବାର ଘୋଷଣା କରିଛି ଯେ ସିଏ ମାତ୍ର ୩ ଡଲାର(୨୫୦ ଟଙ୍କା)ରେ କରୋନା ପ୍ରତିରୋଧକାରୀ ଟିକା ଉପଲବ୍ଧ କରାଇବ । ଭାରତ ସହ ୯୨ଟି ବିକାଶଶୀଳ ଦେଶରେ ସେ ଏହି ଟିକା ଯୋଗାଇଦେବ । ଏଥିପାଇଁ ୨୦୨୧ ମସିହା ପ୍ରଥମ ଭାଗ ସୁଦ୍ଧା କଂପାନି ପ୍ରାୟ ୧୦୦ ନିୟୁତ ଟିକା ପ୍ରସ୍ତୁତ କରିବାକୁ ଯୋଜନା କରିଛି । ଏହି ଲକ୍ଷ୍ୟ ହାସଲ କରିବା ସକାଶେ ଗେଟସ ଫାଉଣ୍ଡେସନ ଏବଂ ଗାଭି ଭ୍ୟାକସିନ୍ସ ଆଲାଏନ୍ସ ତା’କୁ ୧୫୦ ନିୟୁତ ଡଲାର ସହାୟତା ପ୍ରଦାନ କରିବେ । ଗେଟସ ଫାଉଣ୍ଡେସନ ଗାଭିକୁ ଆର୍ଥିକ ଅନୁଦାନ ଦେବ ଯାହାକୁ ପରେ ସେରମ ଇନଷ୍ଟିଚୁ୍ୟଟ୍କୁ ଟିକା ଯୋଗାଣ ପାଇଁ ପ୍ରଦାନ କରାଯିବ ।
କରୋନା ଟିକା ଉପଲବ୍ଧ କରାଇବା ପାଇଁ ସେରମ ଇନଷ୍ଟିଚୁ୍ୟଟ୍ ପୂର୍ବରୁୁଆମେରିକା ସ୍ଥିତ ନୋଭାଭାକ୍ସ ଏବଂ ବ୍ରିଟେନର ଆଷ୍ଟ୍ରାଜେନେକା କଂପାନି ସହ ଚୁକ୍ତି କରିଛି । ସେରମ କଂପାନିର ସିଇଓ ଅଦର ପୁନାୱାଲା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନୋଭାଭାକ୍ସ ଦ୍ୱାରା ବିକଶିତ କରାଯାଇଥିବା ଟିକା ଏନଭିଏକ୍ସ -କୋଭି୨୩୭୩ କରୋନା ଭାଇରସକୁ ପ୍ରତିହତ କରିବାରେ ଅତି ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି ଆମେ ମନେ କରୁଛୁ । କାରଣ ମ୍ୟାଲେରିଆ ଟିକା ଉପରେ ପୂର୍ବରୁ ନୋଭାଭାକ୍ସ ସହିତ ଆମେ କାର୍ଯ୍ୟ କରିଛୁ । ସେଇ ଅଭିଜ୍ଞତାରୁ ଆମେ ଏପରି ମନେ କରୁଛୁ । ତେଣୁ ଉକ୍ତ ଟିକାକୁ ବିଭିନ୍ନ ଦେଶରେ କିପରି ଶୀଘ୍ର ଉପଲବ୍ଧ କରାଯାଇପାରିବ, ସେଥିପାଇଁ ଆମେ ପ୍ରୟାସ କରୁଛୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons