୨୫ ଲକ୍ଷ ଟଙ୍କାର କଫ୍ ସିରପ୍ ଜବତ

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ବେଆଇନ ନିଶା କାରବାର ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି । ଗତମାସ ୨୮ତାରିଖରେ ବଲାଙ୍ଗୀର ପୁଲିସ ୧୦ହଜାରରୁ ଊଦ୍ଧ୍ୱର୍ ୟୁନିଟର କଫ୍ ସିରଫ ଜବତ କରିଥିବା ବେଳେ ଗତକାଲି ରାତିରେ ଲରମ୍ଭା ଓ ପାଟଣାଗଡ଼ ପୁଲିସ ପ୍ରାୟ ୨୫ଲକ୍ଷ ଟଙ୍କାର କଫ୍ ସିରପ ଜବତ କରିଛି । ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗାଁର ବ୍ୟବସାୟୀ ସତ୍ୟନାରାୟଣ ଅଗ୍ରୱାଲ ଓରଫ ଗୁଲୁଙ୍କ ଲୁହାସିଂହାସ୍ଥିତ ଗୋଦାମ ଗୃହରେ ଚଢ଼ଉ କରି ପ୍ରାୟ ୧୦୦ପେଟିର କଫ ସିରପ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପତ ସୂଚନା ଦେଇଛନ୍ତି ।

ସୂଚନାନୁସାରେ ବଲାଙ୍ଗୀର ଏସପି ଶ୍ରୀ ସମ୍ପତଙ୍କ ନିଦେ୍ର୍ଧଶକ୍ରମେ ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁରେଶ ନାଏକଙ୍କ ନେତୃତ୍ୱରେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାଏକ ଓ ପାଟଣାଗଡ଼ ଥାନାଧିକାରୀ କେ.ପ୍ରିୟଙ୍କା ରାଉତରାଉଙ୍କ ମିଳିତରେ ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଆଧାର କରି ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗାଁର ଅଣଓଡିଆ କଫ ସିରପ ବ୍ୟବସାୟୀ ସତ୍ୟନାରାୟଣ ଅଗ୍ରୱାଲଙ୍କ ଗୋଦାମ ଘରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଗୋଦାମ ଗୃହରୁ ୧୦୦ପେଟି ବା ୧୬ ହଜାର ବୋତଲ କଫ ସିରପ ମିଳିଥିଲା ।

ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ତେବେ ଚଢ଼ଉ ବେଳେ ସତ୍ୟନାରାୟଣ ନିଜ ଘରେ ନଥିବା ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି । ଏନେଇ ସତ୍ୟନାରାୟଣଙ୍କ ନାଁରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସପି ଶ୍ରୀ ସମ୍ପତ ସୂଚନା ଦେଇଛନ୍ତି । ଅପରପକ୍ଷରେ ସତ୍ୟନାରାୟଣ ନାଁରେ ପୂର୍ବରୁ ପଦ୍ମପୁର ଥାନାରେ ୪ଟି ମାମଲା ଥିବାବେଳେ ଛତିଶଗଡ଼ର ବଲବା ଥାନାରେ ମଧ୍ୟ ମାମଲା ରହିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons