
ପାଳଲହଡ଼ା,(ବି.ବି.ନୁ୍ୟଜ): ଗଞ୍ଜେଇ ପ୍ରବଣ ଅନୁଗୁଳରେ ଅଫିମ ଚାଷ ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଉପାନ୍ତ ତଥା ମାଓପ୍ରବଣ ନଗିରା ଅଞ୍ଚଳରେ ଅଫିମ ଚାଷ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ପାଳଲହଡ଼ା ପୁଲିସ୍ ଶୁକ୍ରବାର ଚଢ଼ଉ କରି ନଗିରା ଓ ସିବିଡ଼ା ନିକଟବର୍ତ୍ତୀ ଜଙ୍ଗଲ ଭିତରେ ୨ ଏକର ଜମିରେ ୧୫ ହଜାରରୁ ଊଦ୍ଧ୍ୱର୍ ଅଫିମ ଗଛ ନଷ୍ଟ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଏସ୍ପି ଜଗମୋହନ ମୀନାଙ୍କ ନିଦେ୍ର୍ଧଶ କ୍ରମେ ଅନୁଗୁଳ ପୁଲିସ୍ର ଏକ ଟିମ୍ ଓ ପାଳଲହଡ଼ା ଏସ୍ଡିପିଓ ସୁମନ ରଞ୍ଜିତା ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଶୁକ୍ରବାର ସକାଳେ ଚଢ଼ଉ କରି ଅଫିମ ଗଛ ସବୁ ନଷ୍ଟ କରିଥିଲେ । ଦୁର୍ଗମ ଇଲାକାରେ କିଏ ଏହି ବେଆଇନ୍ ଚାଷ କରିଥିଲା, ତାହା ଜଣାପଡ଼ିନଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି ।


Comments are closed, but trackbacks and pingbacks are open.