
ବଲାଙ୍ଗୀର: (ଗୁପ୍ତେଶ୍ୱର ପୃଷ୍ଟିଙ୍କ ରିପୋର୍ଟ):ବଲାଙ୍ଗୀର ଆଦର୍ଶ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।୨ATM ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ୨୦ଟି ATM କାର୍ଡ ଦେଢ଼ଲକ୍ଷ ନଗଦ ଟଙ୍କା ୨ ଟି ମୋବାଇଲ ଫୋନ ଏବଂ ସେମାନଙ୍କ ପାନ କାର୍ଡ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ ସ୍ଥାନୀୟ ଠିକାଦାର ପଡା ନିବାସୀ ନିର୍ମଳ କୁମାର ସାମଲ ଭୁବନେଶ୍ୱର ଟ୍ରାନଜାକ୍ସନ ସଲୁସନ ଇଣ୍ଟର୍ନେସନାଲ ଇଣ୍ଡିଆ ପ୍ରା. ଲି. ତରଫରୁ ଟାଉନ ଥାନାରେ କରିଥିବା ଅଭିଯୋଗ କୁ ଭିତି କରି କେଶ ନଂ ୧୪୫/୨୭.୨.୨୦୨୧.ଦଫା ୪୨୦/୪୬୮/୪୭୧ ଆଇପସି ୬୬ ମାଧ୍ୟମରେ ମାମଲା ରୁଜୁ କରି ଟାଉନ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ତେବେ ତଦନ୍ତ ପାଇଁ ସ୍ଥାନୀୟ ଠିକାଦାର ପଡା,ଜଗନ୍ନାଥ ପଡା,ବରପାଲି ପଡା ଏବଂ ରାଜେନ୍ଦ୍ର କଲେଜ ଅଞ୍ଚଳରେ ରେ ଥିବା SBI ATM କାଉଣ୍ଟର ଗୁଡିକରେ ପୋଲିସ ପକ୍ଷରୁ ତଦାରଖ କରାଜିବା ସମୟ ରେ ଦୁଇ ଜଣକୁଂ ସଂଧେହଜନକ ଭାବେ ଠାବ କରାଯାଇ ସେମାନଙ୍କୁ ଠିକାଦାର ପଡା SBI ATM କାଉଣ୍ଟର ରେ ପୋଲିସ କାବୁ କରିଥିଲା ସମୃକ୍ତ ଦୁଇଜଣ ଅଭିଯୁକ୍ତ ଇଞଗ ମେସିନରୁ ଭ୍ରମାତ୍ମକ ପନ୍ଥା ଅବଲମ୍ବନ କରି ଟଙ୍କା କାଢୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ ।ଏମାନେ ଟଙ୍କା ହଡପ ଉଦ୍ଦେଶ୍ୟରେ ଇଞଗ ମେସିନ ରେ ଟ୍ରାଜାକ୍ସନ କରୁଥିଲେ ମଧ୍ୟ ଜାଣି ଶୁଣି ଭୁଲ କରିବା ଫଳରେ ଟ୍ରାଜାକ୍ସନ ଫେଲଡ଼ ବୋଲି ମେସିନ ଦର୍ଶାଉ ଥିଲେ ମଧ୍ୟ ଟଙ୍କା କିନ୍ତୁ ବାହାରି ଆସୁଥିଲା ବୋଲି ବଲାଙ୍ଗୀର ଗ୍ଦୟକ୍ଟ୍ରକ୍ଟ ଶ୍ରୀମନ୍ତ ବାରିକ ସୂଚଦେଇଛନ୍ତି।
Comments are closed, but trackbacks and pingbacks are open.