ଜୟପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ ସଦର ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ମାମଲାରେ ନିଆଯାଇଛି କାର୍ଯ୍ୟାନୁÂାନ । ସସ୍ପେଣ୍ଡ ହୋଇଛନ୍ତି ଥାନାର ୨ କର୍ମଚାରୀ । ଏଥିସହ ଓଆଇସି ଆଦିତ୍ୟ ମହାକୁଡଙ୍କୁ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରାଯାଇଛି । ସସପେଣ୍ଡ ହୋଇଥିବା କର୍ମଚାରୀ ୨ ଜଣ ହେଉଛନ୍ତି ଏଏସ୍ଆଇ ସପନ କୁମାର ସରକାର ଏବଂ କନେଷ୍ଟବଳ ଜଗବନ୍ଧୁ ମାଝି । ଡୁ୍ୟଟିରେ ଅବହେଳା କାରଣରୁ ଉଭୟଙ୍କୁ ସସପେଣ୍ଡ କରାଯାଇଛି । ଟାଉନ ଥାନା ସହକାରୀ ଆଇଆଇସି ରଘୁନାଥ ମାଝିଙ୍କୁ ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଥିବା ଏସଡିପିଓ ଜି. ବରୁଣ କହିଛନ୍ତି । ଅନ୍ୟପକ୍ଷରେ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକ ମାମଲାର ତଦନ୍ତ ଜାରି ରଖିଛନ୍ତି ।
ଶ୍ରୀ ବରୁଣ କହିଛନ୍ତି, କର୍ମଚାରୀଙ୍କ ସସ୍ପେଣ୍ଡ ସମ୍ପର୍କରେ ଏସ୍ପି ମୁକେଶ କୁମାର ଭାମୁ ନିଦେ୍ର୍ଧଶ ଜାରି କରିଛନ୍ତି । ଅଗଷ୍ଟ ୩୦ରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ନିରପେକ୍ଷ ତଦନ୍ତ ଲାଗି ଓଆଇସି ଶ୍ରୀ ମହାକୁଡଙ୍କୁ କୋରାପୁଟ ପୁଲିସ ହେଡକ୍ୱାର୍ଟରକୁ ସ୍ଥାନାନ୍ତର କରାଯାଇଛି । ଆଜି ଟାଉନଥାନା ସହକାରୀ ଆଇଆଇସି ଶ୍ରୀ ମାଝି ଦାୟିତ୍ୱ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ନିଦେ୍ର୍ଧଶ ନମିଳିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ମାମଲାର ତଦନ୍ତକାରୀ ଅଧିକାରୀ ଏସଡିପିଓ ଶ୍ରୀ ନାୟକ ଥାନାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତକ ଗୋପାଳ ରାମଙ୍କ ଶବ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ ଶବାଗାରରେ ରଖାଯାଇଛି । ମୃତକଙ୍କ ପରିବାର ଲୋକ ରାଜସ୍ଥାନରୁ ବାହାରିଛନ୍ତି । ସେମାନେ ଆଜି ରାତି କିମ୍ବା ମଙ୍ଗଳବାର ସକାଳ ସୁଦ୍ଧା ପହଞ୍ଚିବା ଆଶା କରାଯାଉଛି । ସେମାନେ ପହଞ୍ଚିବା ପରେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ପରିବାର ସଦସ୍ୟ ମୃତଦେହ ଦେଖିବେ । ଯାହାର ଭିଡିଓଗ୍ରାଫି କରାଯିବ । ମାନବାଧିକାର ଗାଇଡ୍ଲାଇନ୍ ଅନୁଯାୟୀ ଶବ ବ୍ୟବଚ୍ଛେଦ କରାଯିବ ।
ସୂଚନାଥାଉକି, ଶନିବାର ରାତିରେ ସଦର ପୁଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଏନଏଚ୍-୨୬ ଉମୁରୀ ପାଖରେ ଏକ ଟ୍ରକ ଅଟକାଯାଇଥିଲା । ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲେ । ଯାଞ୍ଚ ବେଳେ ଟ୍ରକରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗାଡିରୁ ଗୋପାଳଙ୍କ ଆଧାରକାର୍ଡ ମିଳିଥିଲା । ପରେ ରାତି ପ୍ରାୟ ୨ଟା ବେଳକୁ ଅନ୍ୟ ଏକ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଗାଡିରୁ ୮୦୫ କେଜି ଗଞ୍ଜେଇ ଧରାପଡିଥିଲା । ପଚରାଉଚରା ପରେ ଗୋପାଳଙ୍କୁ ହାଜତରେ ରଖାଯାଇଥିଲା । ଏହି ସମୟରେ ଡିସିଓ ଭାବରେ ଏଏସ୍ଆଇ ଶ୍ରୀ ସରକାର ଏବଂ ସେଣ୍ଟ୍ରି ଦାୟିତ୍ୱରେ ଶ୍ରୀ ମାଝି ଡୁ୍ୟଟି କରୁଥିଲେ । ପାହାନ୍ତିଆ ସାଢେ ୫ଟା ବେଳକୁ ଶୌଚହେବା ବାହାନା କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗୋପାଳ । ତୁରନ୍ତ ତାଙ୍କୁ ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.