
ନୟାଗଡ଼,(ବି.ବି.ନୁ୍ୟଜ): କିଛି ଦିନ ହେଲା ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୁଲିସ ବ୍ରାଉନ୍ସୁଗର ଜବତ କରି ଆସୁଥିବା ବେଳେ ଆଜି କଟକ ଅବକାରୀ ଗୁଇନ୍ଦା ବିଭାଗ ନୟାଗଡ଼ ସହର ନିକଟ ସିନ୍ଦୂରିଆ ଗ୍ରାମରେ ଚଢ଼ଉ କରି ୨ କିଲୋ ୩୦୦ ଗ୍ରାମ ଅଫିମ ଜବତ କରିଛି । ଚୋରାରେ ଅଫିମ କାରବାର କରୁଥିବା ସିନ୍ଦୂରିଆ ଗ୍ରାମର ମଲ୍ଲିକ ମହମ୍ମଦ ନିଜାମ୍(୬୨)କୁ ଗିରଫ କରାଯାଇଛି ।
ସୂଚନାରୁ ପ୍ରକାଶ, ମଲ୍ଲିକ୍ ମହମ୍ମଦ ନିଜାମ୍ ଦୀର୍ଘ ବର୍ଷ ହେଲା ଅଫିମ ବ୍ୟବସାୟ କରି ଆସୁଥିବା ବେଳେ ଏ ନେଇ ଗୁଇନ୍ଦା ବିଭାଗ ପାଖରେ ଖବର ଥିଲା । ଗୁଇନ୍ଦା ବିଭାଗ ବିଭିନ୍ନ ସମୟରେ ଅଫିମ ବେପାରୀ ନିଜାମ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲା । ଗତକାଲି ବିଶେଷ ସୂତ୍ରରୁ ଖବର ପାଇ କମିଶନର ଆଶିଷ ସିଂହ ଓ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କ ନିଦେ୍ର୍ଧଶ କ୍ରମେ ଆଜି ଭୋର ସମୟରେ କଟକ ଗୁଇନ୍ଦା ବିଭାଗ ଅଧିକାରୀମାନେ ସିନ୍ଦୂରିଆ ଗ୍ରାମରେ ନିଜାମ୍ଙ୍କ ଘର ଉପରେ ଚଢ଼ଉ କରି ବିପୁଳ ପରିମାଣର ଅଫିମ ଜବତ କରିବା ସହ ନିଜାମକୁ ଧରିବାରେ ସଫଳ ହୋଇଥିଲା ।
ଏହି ଚଢ଼ଉରେ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲଙ୍କ ସମେତ କନଷ୍ଟେବଳ କିଶୋର ରାଉତ, ଆଲୋକ ଖଟୁଆ, ଥବିର ପଟ୍ଟନାୟକ, ରାମଚନ୍ଦ୍ର ଜେନା, ସୁମିତ୍ରା ସାମଲ, ଜଗନ୍ନାଥ ନାୟକ, ପ୍ରକାଶ ଦାସ ପ୍ରମୁଖ ସାମିଲ ଥିଲେ । ଉତ୍ତରପ୍ରଦେଶରୁ ଅଫିମ ଆଣି ନୟାଗଡ଼ ଜିଲ୍ଲାରେ ଚୋରାରେ ବିକ୍ରି କରାଯାଉଥିବା ସୂଚନା ମିଳିଛି । ଏତେ ପରିମାଣର ଅଫିମ ଜବତ ହେବା ଚର୍ଚ୍ଚାର ବିଷୟ ହୋଇଛି ।
Comments are closed, but trackbacks and pingbacks are open.