୨ ଛୁଆଙ୍କୁ କୂଅରେ ପକାଇଲା ମାଆ

Get real time updates directly on you device, subscribe now.

ବାଲିଗୁଡ଼ା: ଦୁଇ ଶିଶୁଙ୍କୁ କୂଅରେ ପକାଇ ମାଆର ଆତ୍ମହତ୍ୟା ଉଦ୍ୟମ । ମାଆ ବଞ୍ଚିଯାଇଥିବାବେଳେ ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧୀନ ଖ୍ରୀଷ୍ଟିଆନ୍ ସାହିରେ ଘଟିଛି ଏଭଳି ଦୁଃଖଦାୟକ ଘଟଣା । ଶୁକ୍ରବାର ସନ୍ଧ୍ୟାରେ ଖ୍ରୀଷ୍ଟିଆନ ସାହି ବାସିନ୍ଦା ଏମ୍.ରାଜେଶ ପାତ୍ରଙ୍କ ପତ୍ନୀ ଏମ୍.ଭାଗ୍ୟଲକ୍ଷ୍ମୀ ପାତ୍ର ତାଙ୍କର ଦୁଇ ସନ୍ତାନ, ୧୦ ବର୍ଷର ଝିଅ ଏମ୍.ବୈଷ୍ଣବୀ ଓ ୪ ବର୍ଷର ପୁଅ ଯୁବରାଜଙ୍କୁ କୂଅରେ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଭାଗ୍ୟଲକ୍ଷ୍ମୀ ବଞ୍ଚô ଯାଇଥିବାବେଳେ ଝିଅ ଓ ପୁଅଙ୍କର ମୃତୁ୍ୟ ହୋଇଛି । ଖବର ପାଇ ରାଇକିଆ ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ଓ ଜି.ଉଦୟଗିରି ଏସ୍ଡିପିଓ ତିରୁପତି ରାଓ ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଡି.ମହେଶ୍ୱରଙ୍କ ଏତଲାକୁ ଭିର୍ତ୍ତିକରି ପୁଲିସ ୭୧/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଦାମ୍ପତ୍ୟ କଳହରୁ ପତ୍ନୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଥିବାବେଳେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଡି. ମହେଶ୍ୱର ଅଭିଯୋଗ କରିଛନ୍ତି ଯେ, ଅନ୍ୟ ଜଣେ ସ୍ତ୍ରୀ ଲୋକ ସହିତ ତାଙ୍କ ରାଜେଶଙ୍କର ସମ୍ପର୍କ ଥିବାବେଳେ ସେ ସବୁବେଳେ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ ।
ମହେଶ୍ୱରଙ୍କ ଏତଲା ଅନୁଯାୟୀ, ରାଇକିଆ ସ୍ଥିତ ଖ୍ରୀଷ୍ଟିଆନ ସାହିରେ ସ୍ୱାମୀଙ୍କ ଏମ୍.ରାଜେଶଙ୍କ ସହ ଭାଉଣୀ ଏମ୍.ଭାଗ୍ୟଲକ୍ଷ୍ମୀ, ଝିଅ ଓ ପୁଅ ଯୁବରାଜ ରହୁଥିଲେ । ହେଲେ ରାଜେଶ ଜଣେ ନର୍ସଙ୍କ ସହ ସମ୍ପର୍କ ରଖି ଗତ ୪ବର୍ଷ ହେଲା ଭାଗ୍ୟଲକ୍ଷ୍ମୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ରାଜେଶ ଅନେକ ସମୟରେ ଯୌତୁକ ମଧ୍ୟ ଦାବି କରିଆସୁଥିଲେ । ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଶୁକ୍ରବାର ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗିବା ଏବଂ ଘର ଛାଡ଼ିବା କଥା ମଧ୍ୟ ଭାଗ୍ୟଲକ୍ଷ୍ମୀ ଫୋନ୍ କରି ଜଣାଇଲେ । ସନ୍ଧ୍ୟା ପ୍ରାୟ ୬ଟା ବେଳେ ଭାଗ୍ୟଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ ଘର ଠାରୁ ପ୍ରାୟ ୩ କିମି ଦୂର ଅଲିମା ସାହି ରାସ୍ତା କଡ଼ରେ ଥିବା ଏକ କୂଅ ଭିତରକୁ ଦୁଇ ଛୁଆକୁ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଭାଗ୍ୟଲକ୍ଷ୍ମୀ । ହେଲେ କୌଣସି ବ୍ୟକ୍ତିଙ୍କ ସାହାଯ୍ୟରେ ଭାଗ୍ୟଲକ୍ଷ୍ମୀ ଉଦ୍ଧାର ହୋଇଥିଲେ ମଧ୍ୟ ଦୁଇ ସନ୍ତାନକୁ ଉଦ୍ଧାର କରିବାରେ ସଫଳ ହୋଇପାରିନଥିଲେ ଫଳରେ ଦୁଇ ସନ୍ତାନଙ୍କ ମୃତୁ୍ୟ ହୋଇଥିବା ମହେଶ୍ୱର ଏତଲାରେ ଦର୍ଶାଇଛନ୍ତି । ଶନିବାର ସକାଳେ ରାଇକିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚôବା ପରେ କୂଆ ମଧ୍ୟରୁ ଦୁଇ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ରାଇକିଆ ପୁଲିସ ଦୁଇ ମୃତହେଦକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଭାଗ୍ୟଲକ୍ଷ୍ମୀଙ୍କୁ ପୁଲିସ ପଚରାଉଚରା କରୁଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons