
ସମ୍ବଲପୁର,(ବି.ବି.ନୁ୍ୟଜ): ସମ୍ବଲପୁର ସଦର ରେଞ୍ଜ ଅଧୀନ ଜଙ୍ଗଲ ଉପାନ୍ତ ଗାଁ ଗୁଡ଼ିକରେ ସଞ୍ଜ ନଇଁଲେ ଏକ ଦନ୍ତାର ଉପଦ୍ରବ ଜାରି ରହିଛି । ଆଜି ରାତି ପ୍ରାୟ ୮ଟାରେ ଉକ୍ତ ଦନ୍ତା ଝାଙ୍କରପାଲି ସେrନ୍ କୁଢେ଼ରନିସା ଗାଁକୁ ପଶି ଦୁଇ ଜଣଙ୍କୁ ଦଳି ଦେଇଛି । ମୃତକ ଦ୍ୱୟ ବରଗଡ଼ ଜିଲ୍ଲା ଅତାବିରା ଥାନା ଜୁଲିଆନ ଗାଁର ଜୟଲାଲ ମିର୍ଦ୍ଧା ଓ ତେଲେଙ୍ଗା ଓରାମ ।
ଏନେଇ ସୂଚନା ପାଇ ଫରେଷ୍ଟର ସୂର୍ଯ୍ୟନାରାୟଣ ଖିଲାରୀ ବନ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚôଥିଲେ । ହାତୀ ଦଳାରେ ତେଲେଙ୍ଗାଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଗୁରୁତର ଜୟଲାଲଙ୍କୁ ବନ ବିଭାଗ ଗାଡ଼ିରେ ସଦର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କ ମୃତୁ୍ୟ ହୋଇଥିଲା । ସଦର ରେଞ୍ଜର୍ ଅକ୍ଷୟ ମହାରଣା, ଧମା ଥାନା ଆଇଆଇସି ରାଜେଶ୍ୱରୀ ଭୋଇ, ମାଳତୀ ଗୁଣ୍ଡେରପୁର ଫାଣ୍ଡି ଅଧିକାରୀ ବସନ୍ତ ସାହୁ ପ୍ରମୁଖ ପହଞ୍ଚô ଘଟଣାର ତଦନ୍ତ କରିଛନ୍ତି ।
ସୂଚନାନୁସାରେ କର୍ପୋରେସନ ପକ୍ଷରୁ ଜଙ୍ଗଲରେ ବାଉଁଶ କାଟିବାକୁ ଅତାବିରା ଅଞ୍ଚଳରୁ ଶ୍ରମିକ ଆସି କୁଢେ଼ରନିସା ଗାଁରେ ରହୁଥିଲେ । ରାତି ପ୍ରାୟ ୮ଟାରେ ସେମାନଙ୍କ ମଧ୍ୟରୁ ତିନି ଜଣ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଜଣେ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ତେଲେଙ୍ଗା ଓ ଜୟଲାଲଙ୍କୁ ହାତୀ ଦଳି ଦେଇଥିଲା । ଅନ୍ୟପଟେ ହାତୀଟି ଗାଁର ଚାରି ପାଞ୍ଚ ଘର ଭାଙ୍ଗି ଦେଇଥିବା ମଧ୍ୟ ସୂଚନା ମିଳିଛି ।
ଉକ୍ତ ଦନ୍ତାଟି ପ୍ରତ୍ୟହ ସଞ୍ଜ ନଇଁଲେ ଗ୍ରାମାଭିମୁଖୀ ହୋଇ ଉପଦ୍ରବ କରୁଛି । ବନ ବିଭାଗ ହାତୀ ଘଉଡ଼ାଇବା ଦିଗରେ ଠୋସ ପଦକ୍ଷେପ ନେଉନଥିବାରୁ ଧନଜୀବନ ହାନୀ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ବାରଲୋଇ, ବସିଆପଡ଼ା, ଝାଙ୍କରପାଲି, ବଲାରଙ୍ଗା, ଝାଙ୍କରବାହାଲି ଆଦି ଗାଁ ଗୁଡ଼ିକର ଲୋକେ ହାତୀ ଉପଦ୍ରବରେ ଅତିÂ ହୋଇପଡ଼ିଛନ୍ତି ।


Comments are closed, but trackbacks and pingbacks are open.