୨ ଦିନ ପରେ ମିଳିଲା ଯୁବକଙ୍କ ପତ୍ତା, ଠାବ ହେଲା କ୍ଷତାକ୍ତ ମୃତଦେହ

Get real time updates directly on you device, subscribe now.

ଯାଜପୁର : ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖପୁରୀଆପଦା ପଞ୍ଚାୟତର ବାଲିପଶି ଗାଁର ଘଟଣା । ମୃତକ ଖପୁରିଆପଦା ଗାଁର ଶରତ ଚନ୍ଦ୍ର ଧଳ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ଶରତ ଘରୁ କେଉଁଆଡେ ନିଖୋଜ ହୋଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତାମିଳିନଥିଲା । ତେବେ ଆଜି ସକାଳ ସମୟରେ ବାଉଁଶ ବୁଦାରୁ ତାଙ୍କ ମୃତଦେହ ଠାବ ହୋଇଛି । ମୃତଦେହରେ ବହୁ କ୍ଷତାକ୍ତ ହୋଇଥିବାର ଦେଖିବାକୁ ମିଳିଛି । ମୃତଦେହ ପଡିଥିବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ପୋଲିସ ବିଭିନ୍ନ ଦିଗରୁ ଛାନ୍‌ଭିନ୍‌ ଜାରି ରଖିଛି । ଶରତଙ୍କ ମୃତ୍ୟୁର କାରଣ କଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରୁ ତଥ୍ୟ ଯୋଗାଡ଼ କରି ତଦନ୍ତ ଆରମ୍ବ କରିଛି। ଘଟଣାସ୍ଥଳରେ ଏକ ଚପଲ ପଡିଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons