୨ ବେଆଇନ ହଷ୍ଟେଲରେ ଚଢ଼ଉ :୭୮ ନାବାଳକ, ନାବାଳିକା ଉଦ୍ଧାର

Get real time updates directly on you device, subscribe now.

କନ୍ଧମାଳ,(ବି.ବି.ନ୍ୟୁଜ୍): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଓ ବ୍ରାହ୍ମଣୀଗାଁ ପୁଡ଼ାଶଙ୍ଖରେ ବେଆଇନ ଭାବେ ଚାଲିଥିବା ବେସରକାରୀ ହଷ୍ଟେଲରେ ଚଢ଼ଉ ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନଙ୍କ ସହ ତାଙ୍କ ଟିମ ଚଢ଼ଉ କରି ୬୧ ଜଣ ନାବାଳକ ଓ ୧୦ ଜଣ ନାବାଳିକା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲା ରହିଛନ୍ତି ।
ଗୋଦାପୁର ହାଇସ୍କୁଲ ନିକଟରେ ଥିବା ବେଆଇନ୍ ହଷ୍ଟେଲ ଉପରେ ଚଢ଼ଉ କରାଯାଇଥିଲା । ୧୧ଜଣ ନାବାଳକ ଓ ୭ ଜଣ ନାବାଳିକାକୁ ଉଦ୍ଧାର କରାଯାଇଥିବା ବେଳେ ପୁଡାଶଙ୍ଖ ନିକଟରେ ଥିବା ବେଆଇନ ହଷ୍ଟେଲରୁ ୫୦ ଜଣ ନାବାଳକ ଓ ୩ ଜଣ ନାବାଳିକା ଉଦ୍ଧାର ହୋଇଛନ୍ତି । ବହୁଦିନ ଧରି ଚାଲିଥିବା ଏହି ବେଆଇନ ହଷ୍ଟେଲରେ ପିଲାମାନଙ୍କ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ନଥିବା ଦେଖିବାକୁ ମିଳିଥିଲା । ପିଲାମାନଙ୍କୁ ଉଦ୍ଧାର କରାଯିବା ପରେ ୨ଟି ହଷ୍ଟେଲକୁ ବନ୍ଦ କରି ଦିଆଯାଇଛି । ହଷ୍ଟେଲକୁ ବେଆଇନ ଭାବେ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ପାରିନାହିଁ । ପରିଚାଳକ ନାମରେ ଥାନାରେ ଏଫ୍ଆଇଆର୍ ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କରନ ସୂଚନା ଦେଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କୁ ଫୁଲବାଣୀ ନିଆଯାଇଥିବା ବେଳେ ସେମାନଙ୍କ ପାଠ ପଢା ଦାୟିତ୍ୱ ପ୍ରଶାସନ ତୁଲାଇବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ କାଉନ୍ସିଲର କଳ୍ପନା ମହାନ୍ତି, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ, ଏଏସ୍ଆଇ ପ୍ରମୋଦ ଦ୍ୱିପ, ଚାଇଲ୍ଡ ଲାଇନ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons