ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାଜୌରି ଜିଲା ଅନ୍ତର୍ଗତ ସୁନ୍ଦରବଣି ସେକ୍ଟରରେ ଆଜି ପାକ୍ ସେନା ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଏହାଯୋଗୁ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ।
ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଗ୍ରୋଟା ଏନକାଉଣ୍ଟରରେ ଜୈସର ୪ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ ନିପାତ କରିବା ପରେ ପାକ୍ ସେନା ଏଲଓସିର ବିଭିନ୍ନ ଭାଗରେ ପ୍ରବଳ ଗୁଳିଗୋଳା ମାଡ଼ କରୁଛି । ଗତକାଲି ଏହାଯୋଗୁ ଭାରତୀୟ ସେନାର ଜଣେ ସୁବେଦାର ସହିଦ ହୋଇଥିଲେ । ଆଜି ପୁଣି ପାକ୍ ସେନା ଏଲଓସିରେ ମୋର୍ଟାର ଏବଂ ଅନ୍ୟ ଅସ୍ତ୍ର ବ୍ୟବହାର କରି ଭାରତୀୟ ସେନା ପୋଷ୍ଟଗୁଡିକୁ ଟାର୍ଗେଟ କରିଥିଲା । ଏଥିରେ ଭାରତୀୟ ସେନାର ନାଏକ ପ୍ରେମବାହାଦୂର ଖତ୍ରୀ ଏବଂ ରାଇଫଲମ୍ୟାନ ସୁଖବୀର ସିଂ ଆହତ ହୋଇଥିଲେ । କିଛି ଘଣ୍ଟା ପରେ ସେମାନଙ୍କର ମୃତୁ୍ୟ ହୋଇଥିଲା । ଏହାକୁ ମିଶାଇ ଗତ ଦୁଇ ଦିନ ଭିତରେ ଜମ୍ମୁ-କାଶ୍ମୀରର ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ଏଲଓସି ନିକଟରେ ୫ ଜଣ ଯବାନ ସହିଦ ହେଲେଣି ।
Comments are closed, but trackbacks and pingbacks are open.