୨ ଭାଲୁ ଆକ୍ରମଣରେ ୫ ଗୁରୁତର

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ଗାଁରେ ପଶିଗଲେ ୨ଟି ଭାଲୁ । ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ଆଜି (ଶନିବାର )ସକାଳୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ଏପରି ଅଘଟଣ ଘଟିଛି । ଆଜି (ଶନିବାର) ସକାଳେ ଗାଁ ଦାଣ୍ଡରେ ଲୋକେ ଯାଆସ କରୁଥିବା ୋବଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ । ଏହାପରେ ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁଙ୍କୁ ଘଉଡାଇବାରୁ ସେମାନେ ଜଙ୍ଗଲମୁହାଁ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons