କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଡ଼ୁମ୍ବାଗୁଡ଼ା ପଞ୍ଚାୟତ ହାତୀମୁଣ୍ଡା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋÂୀ ସଂଘର୍ଷ ଘଟି ୨ ଜଣଙ୍କ ମୃତୁ୍ୟ ଘଟିଛି । ଏହାସହିତ ୭ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ଧନପତି ଜାନୀ(୪୩), ସହଦେବ ଜାନୀ (୪୫) । ସେହିପରି ଆହତମାନେ ହେଲେ ସେନାପତି ଜାନୀ, ଧନେଶ୍ୱର ଜାନୀ, ରାଜୁ ଜାନୀ, ଦିବା ପରଜା, ଛେଣ୍ଡିଆ ଜାନୀ, ମନୋହର ଜାନୀ, ଅଙ୍ଗର ଜାନୀ । ଗୋÂୀ ସଂଘର୍ଷ ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨ ଜଣଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ଦଶମନ୍ତପୁର ଆଇଆଇସି ବିଜୟରାଜ ମାଝୀ କହିଛନ୍ତି । ଘଟଣାର ତଦନ୍ତ ପାଇଁ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଆଇଆଇସିଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ ହାତୀମୁଣ୍ଡା ଗାଁର ଦୁଇ ଆଦିବାସୀ ପରିବାର ମଧ୍ୟରେ ଗୋÂୀ ସଂଘର୍ଷ ହୋଇଥିଲା । ଏଥିରେ ଘଟଣା ସ୍ଥଳରେ ଧନପତି ଓ ସହଦେବଙ୍କ ମୃତୁ୍ୟ ହୋଇଥିବା ବେଳେ ୭ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଦଶମନ୍ତପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକତ୍ସା ପରେ ଅଧିକ ଗୁରୁତର ଥିବା ସେନାପତି ଓ ଧନେଶ୍ୱରକୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେନାପତି ଓ ଧନେଶ୍ୱରଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଅନ୍ୟପକ୍ଷେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ଜଡିତ ଥିବା ସମସ୍ତେ ସମ୍ପର୍କରେ ଦାଦା ପୁତୁରା ଭାଇ ହୋଇଥିବା ବେଳେ ଗାଁ ନିକଟ ଗାଈହାଡ ପୈତୃକ ସମ୍ପତ୍ତିକୁ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ରହିଥିଲା । ୬ମାସ ତଳେ ଏଭଳି ଏକ ଗଣ୍ଡଗୋଳ ହୋଇ ନ୍ୟାୟ ପାଇଁ ଉଭୟ ପକ୍ଷ ଦଶମନ୍ତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ଉଭୟ ଦାଦା ପୁତୁରା ବୁଝାଶୁଝା ହୋଇଯାଇଥିଲେ । ଶନିବାର ବିଳମ୍ବିତ ରାତିରେ ଏହି ପୈତୃକ ସମ୍ପତ୍ତିକୁ ନେଇ ପୁଣିଥରେ ଗଣ୍ଡଗୋଳ ଘଟି ହାଣକାଟ ହୋଇଥିବା ପୁଲିସ କହିଛି । ଏହି ଘଟଣା ପରେ ଗାଁରେ ଶେକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଗିରଫ ଭୟରେ ଉଭୟ ପରିବାର ପୁରୁଷ ଶୂନ୍ୟ ହୋଇଛି । ଗାଁରେ ଖାଁ ଖାଁ ପରିସ୍ଥିତି ଜାରି ରହିଛି । ଘଟଣାକୁ ନେଇ ଦଶମନ୍ତପୁର ଥାନାରେ ପୁଲିସ ହତ୍ୟା ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ଶ୍ରୀ ମାଝୀ କହିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.