କାଲିମେଳା,(ବି.ବି.ନୁ୍ୟଜ୍): ମୋଟୁ ରେଞ୍ଜ ଅଧୀନ ଏମଭି-୭୯ ଭୁବନପାଲ୍ଲୀ ପଞ୍ଚାୟତ କୁନାପାଲ୍ଲୀ ଗାଁରେ ବୁଧବାର ବନ ବିଭାଗ କର୍ତ୍ତୃପକ୍ଷ ଚଢଉ କରି ୫୦ ଖଣ୍ଡ ବିଜା ପଟା ଜବତ କରିଛନ୍ତି । ଏହି ମାମଲାରେ କେହି ଗିରଫ ହୋଇ ନାହାନ୍ତି । ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଅନୁସାରେ, କୁନାପାଲ୍ଲୀ ଗାଁଠାରୁ ଅଧ କିମି ଦୂରରେ ଥିବା ଏକ କୁଡିଆ ଘରେ ଏହି କାଠ ଥିବା ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଚଢଉ କରିବାକୁ ଏମଭି-୭୯ ବନାଞ୍ଚଳ ପକ୍ଷରୁ ଏକ ୭ ଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଚଢଉ କରି ଉକ୍ତ କୁଡିଆରୁ ପଟାଗୁଡିକୁ ଜବତ କରିଥିଲେ । ଚଢଉବେଳେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିଲେ । ଫରେଷ୍ଟର ଶିବଜିତ୍ ମଣ୍ଡଳ, ଫରେଷ୍ଟଗାର୍ଡ ବଳରାମ ପାଣିଗ୍ରାହୀ, ଟୁକୁନା ବରାଳ, ସୁମିତ ବିଶ୍ୱାସ, ନିପୁଲ ଭକ୍ତ, ପାରାଷ୍ଟାଫ ରଘୁ ହନ୍ତାଳ, ଡ୍ରାଇଭର ସୋମା ଗଣ୍ଡ ପ୍ରମୁଖ ଏଥିରେ ସାମିଲ ଥିଲେ । ଏହାକୁ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ମାଫିଆଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ଫରେଷ୍ଟର ଶ୍ରୀ ମଣ୍ଡଳ କହିଛନ୍ତି ।


Comments are closed, but trackbacks and pingbacks are open.