ପଟ୍ଟାଙ୍ଗି,(ବି.ବି.ନୁ୍ୟଜ): ସୁଙ୍କି ଫାଣ୍ଡି କାନେ୍ଦଲି ଗାଁ ନିକଟ ପାହାଡରେ ଚଢଉ କରାଯାଇ ୨ ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ଏହି ଚଢଉରେ କାହାରିକୁ ଗିରଫ କରାଯାଇନାହିଁ । ପୋଚ ଜବତ କରାଯିବା ସହ ମଦ ପ୍ରସ୍ତୁତିର ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଫାଣ୍ଡି ଅଧିକାରୀ ସଂଗ୍ରାମକେଶରୀ ସ୍ୱାଇଁ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, କାନେ୍ଦଲି ଗାଁ ନିକଟରେ ବେଆଇନ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ପାଇବା ପରେ ସୁଙ୍କି ଫାଣ୍ଡି ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଆଇଆର୍ବି ବାଟାଲିୟନ୍ ସହାୟତାରେ ଗାଁ ନିକଟ ପାହାଡ଼ରେ ଚଢଉ କରିଥିଲା । ପୁଲିସ୍କୁ ଦେଖି ଅଭିଯୁକ୍ତମାନେ ଖସି ପଳାଇଥିଲେ । ସେଠାରୁ ୨ ହଜାର ଲିଟର ପୋଚ ସହ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ପରେ ପୋଚଗୁଡିକୁ ନଷ୍ଟ କରାଯାଇଥିଲା ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ।


Comments are closed, but trackbacks and pingbacks are open.