ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ୨ଜଣ ହୋମଗାଡ଼୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୋଲସରା ଥାନାରେ କାର୍ଯ୍ୟରତ ୨ ହୋମଗାଡ୍ଙ୍କୁ କରୋନା ହୋଇଥିବା ଜଣାପଡିଛି । ଉଭୟ ଜଗନ୍ନାଥପୁର ରେଳ ଷ୍ଟେସନରେ ଡୁ୍ୟଟିରେ ଥିଲେ । ଚିହ୍ନଟ ପରେ ଉଭୟଙ୍କୁ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଗଜ୍ଞାମ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେପଟେ ରାଜ୍ୟରେ ୮୧୨ ଜଣ ସୁସ୍ଥ ହେଲେଣି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୫ ରେ ପହଞ୍ଚିଛି ।
Comments are closed, but trackbacks and pingbacks are open.