୨.୧୩ କୋଟିର ସମ୍ପତ୍ତି ଠାବ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଭିଜିଲାନ୍ସ ପଞ୍ଝାରେ କୋଟିପତି କନିÂ ଯନ୍ତ୍ରୀ । ମଙ୍ଗଳବାରର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ରେ କାର୍ଯ୍ୟରତ କନିÂ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ବାସଭବନ ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଛି । ତାଙ୍କର ୧ କୋଟି ୪୭ ଲକ୍ଷ ୯୪୯୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୬୬ ଲକ୍ଷ ୪୦ ହଜାର ୨୩୩ ଟଙ୍କାର ସ୍ଥାବର ସମ୍ପତ୍ତି ଠାବ ହୋଇଛି । ସକାଳରୁ ଆରମ୍ଭ ହୋଇଥିବା ଚଢଉ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଛି । ମୋଟ ୨ କୋଟି ୧୩ ଲକ୍ଷ ୪୯ ହଜାର ୭୨୩ ଟଙ୍କାର ସମ୍ପତ୍ତି ଏଯାବତ୍ ମିଳିଛି । ଅଧିକ ତଦନ୍ତ ଚାଲିଥିବା ଏବଂ ଆଉ କିଛି ସମ୍ପତ୍ତି ଠାବ ହେବାର ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଶାନ୍ତନୁ ପାଢ଼ୀ ।
ଏସ୍ପିଙ୍କ ସୂଚନା ଅନୁସାରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ୍ (କେସ୍ ନମ୍ବର ୧/୨୦୨୧) ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଂ ସେନାପତିଙ୍କ ବାସଭବନ ସମେତ ଗଜପତି ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସର ୬ଟି ଦଳ ଏକକାଳୀନ ଚଢ଼ଉ କରିଥିଲେ । ସେନାପତିଙ୍କ ରାୟଗଡ଼ସ୍ଥିତ ସରକାରୀ ଅଫିସ୍ ଓ ବାସଭବନ, ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ଠାରେ ଥିବା ବାସଭବନ, କାଶୀନଗର ବ୍ଲକ ମିନିଗାଁ ଠାରେ ଥିବା ଫ୍ଲାଏ ଆସ୍ ଫ୍ୟାକ୍ଟ୍ରି, ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ନିକଟ ଏକ ଟାୱାର୍ରେ ଥିବା ତାଙ୍କ ଶଳାଙ୍କ ଘର ଏବଂ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଲାଡ ଠାରେ ଥିବା ପୈତୃକ ଘର ଉପରେ ଏକକାଳୀନ ଚଢ଼ଉ କରିଥିଲା । ନାଗେଶ୍ୱରଙ୍କ ନିକଟରେ ୨୫ ହଜାର ଟଙ୍କା ରୁପା ରହିଥିବା ବେଳେ ୪ ଲକ୍ଷ ୩ ହଜାରରୁ ଅଧିକ ଟଙ୍କାର ସୁନା ଗହଣା, ୧୦ ଲକ୍ଷ ୩୨ ହଜାର ଟଙ୍କାର କାର୍ ଓ ବାଇକ୍, ୬୦ ଲକ୍ଷ ୯୦ ହଜାର ନଗଦ ଟଙ୍କା, ୪ ଲକ୍ଷ ୬୯ ହଜାର ୪୫୯ ଟଙ୍କା ମୂଲ୍ୟର ଘରୋଇ ଉପକରଣ ଆଦି ଆସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥିଲା । ସେହିପରି ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ଠାରେ ନାଗେଶ୍ୱରଙ୍କ ସ୍ତ୍ରୀ ନାମରେ ଥିବା ଦୁଇ ମହଲା କୋଠା (୩୬ ଲକ୍ଷ ୪୬ ହଜାର ୪୫୯ ଟଙ୍କ), ଭାଗିଦାରୀରେ ଚାଲିଥିବା ଫ୍ଲାଏ ଆସ୍ ଫ୍ୟାକ୍ଟ୍ରିରେ ୨୧ ଲକ୍ଷ ୯୨ ହଜାର ୧୬୪ ଟଙ୍କାର ଅଂଶଧନ, ବିଭିନ୍ନ ସ୍ଥାନରେ ଥିବା ୮ଟି ପ୍ଲଟ୍ (୭ ଲକ୍ଷ ୫୫ ହଜାର ୫୦୫ ଟଙ୍କା), ଦୁଇ ବ୍ୟବସାୟିକ ପାର୍ଟନର ଏବଂ ନାଗେଶ୍ୱର ସେନାପତିଙ୍କ ସ୍ତ୍ରୀଙ୍କ ନାମରେ ଥିବା ଗୋଟିଏ ପ୍ଲଟ୍ (୨୯ ହଜାର ଟଙ୍କା), ଭୁବନେଶ୍ୱର ସୁନ୍ଦରପଦା ଠାରେ ଥିବା ଏକ ପ୍ଲଟ୍ (୧୬ ହଜାର ୯୮୮ ଟଙ୍କା) ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ସ୍ପଷ୍ଟ କରିଛି ।
୧୯୯୭ରେ ଇଂ ସେନାପତି ଜୁନିଅର୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ନାଗେଶ୍ୱର ସେନାପତି ଦୀର୍ଘ ଦିନ ହେଲା ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ହିଁ କନିÂ ଯନ୍ତ୍ରୀ ଭାବେ କାମ କରି ଆସୁଛନ୍ତି । ଅଳ୍ପ କିଛି ବର୍ଷ ପାଇଁ ସେ ରାୟଗଡ଼ ଜିଲ୍ଲାକୁ ବଦଳି ହୋଇଥିଲେ ମଧ୍ୟ ପୁଣି ଗଜପତି ଫେରିଥିଲେ । ୨୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏତେ ସମ୍ପତ୍ତି ସେ କେଉଁଠୁ ଆଣିଲେ ତାହାର ତଦନ୍ତ ଜାରି ରହିଥିବା ବେଳେ ଅଧିକ ସମ୍ପତ୍ତି କେଉଁଠି ରଖିଛନ୍ତି କି ସେନେଇ ମଧ୍ୟ ଖୋଳତାଡ଼ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons