୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କାଠ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି । ସୂଚନା ଅନୁସାରେ ତେଣ୍ଡେରା କାଜୁ ଫ୍ୟାକ୍ଟ୍ରିରେ ୧ ଶହ ପିସ୍‌ ଶାଗୁଆନ ପଟା ୪୦ ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରାଯାଇଛି ।
କାଜୁ ଫ୍ୟାକ୍ଟ୍ରି ମାଲିକ ମୟୁରଭଞ୍ଜ କରଞ୍ଜିଆର ମନୋଜ ବର୍ମାକୁ ଗିରଫ କରିଛି ବନ ବିଭାଗ । ଗିରଫ ପରେ କୋଭିଡ ନିୟମ ଅନୁଯାୟୀ ବେଲ ବଣ୍ଡରେ ଛଡା ଯାଇଥିବା ଜଣା ପଡ଼ିଛି । ଏଥି ସହ ପ୍ରଧାନପଡା ଗ୍ରାମ ଜଙ୍ଗଲରେ ମାଫିଆମାନେ କାଟି ରଖିଥିବା ୬ ପିସ ଶାଳ ଗଣ୍ଡି ଜବତ କରାଯାଇଛି । ସେହିପରି ତୋଣ୍ଡ ଗ୍ରାମରୁ ଶାଗୁଆନ ଓ ଶାଳ ଗଛ କାଟି ଆଣି ଭୋଳପଡା ଗ୍ରାମର ଏକ ଘର ସମ୍ମୁଖରୁ ୪ ଟି ଶାଗୁଆନ ଗଣ୍ଡି ଏବଂ ଦୁଇ ପିସ ଶାଳ ଗଣ୍ଡି ଜବତ ହୋଇଛି ।
ଚଢ଼ାଉରେ ପାଟଣା ପୋଲିସ ସମେତ ଏ.ସି. ଏଫ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ଫରେଷ୍ଟର ମୋହିନୀ ମହାନ୍ତ, ଅମୂଲ୍ୟ ସେନାପତି ସାମିଲ ଥିଲେ । ଜବତ କାଠର ଆନୁ ମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପାଟଣା ରେଞ୍ଜର ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons