ସାନଖେମୁଣ୍ଡି,(ବି.ବି.ନୁ୍ୟଜ୍): ପିକ୍ନିକ୍ ବସ୍ ଓଲଟି ୩୦ରୁ ଊଦ୍ଧ୍ୱର୍ କଲେଜ ଛାତ୍ରଛାତ୍ରୀ ଆହତ । ଗଜପତି ସୀମା ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୮ଟା ୩୦ରେ ଘଟିଛି ଦୁର୍ଘଟଣା । ଆହତମାନଙ୍କୁ ଆମ୍ବୁୁଲାନ୍ସ ଯୋଗେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍ସିଏ ଛାତ୍ରଛାତ୍ରୀ ନେହା ନିଖିତା ନାମକ ବସ୍ (ଓଆର୍-୦୨ଏଡବ୍ଲୁ୍ୟ-୩୬୬୩)ରେ ଗଜପତି ଜିଲ୍ଲା ଗଣ୍ଡାହାତୀ ପିକ୍ନିକ୍ ଆସିିଥିଲେ । ସୋମବାର ସନ୍ଧ୍ୟାରେ ଗଣ୍ଡାହାତୀରୁ ଫେରୁଥିବା ସମୟରେ ତପ୍ତପାଣି ଘାଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ବସ୍ରେ ୬୦ ଜଣ ବିଦ୍ୟାର୍ଥୀ ଆସିଥିଲେ । ସେଥିରୁ ୩୦ରୁ ଊଦ୍ଧ୍ୱର୍ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କଟକର ଜଳନ୍ଧର ବାରିକ, ପ୍ରଜ୍ଞା ପ୍ରିୟଦର୍ଶିନୀ, ଗୋବିନ୍ଦ କୁମାର ସାହାଣୀ, ଶୁଭ ଦର୍ଶିନୀ ନାୟକ, କାହ୍ନୁ ଚରଣ ସ୍ୱାାଇଁ, ସୁରଜିତ ମହାନ୍ତି, ଉମାକାନ୍ତ ଦାସ, ପ୍ରଭାସିନୀ ବେହେରା, ରଞ୍ଜନ କୁମାର ସାହୁ, ଚଗଲା ବାରିକ, ଶିକ୍ଷକ ଭବ୍ୟଶ୍ରୀ ବେହେରା ପ୍ରମୁଖ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପାଟପୁର ପୁଲିସ ଓ ଦମକଳ ବାହିନୀ ପହଞ୍ଚି ବିଦ୍ୟାର୍ଥୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଥିବା ପୁଲିସ କହିଛି । ପାଟପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.