୩୦ ଦିନରେ ରିପୋର୍ଟ ଦିଅ: ମନ୍ତ୍ରୀ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ମାଲକାନଗିରି ଜିଲ୍ଲା ପୋଷ୍ଟ୍ ଅଫିସ୍ରେ ହୋଇଥିବା ଦୁର୍ନୀତିକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାର ତଦନ୍ତ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଯେଉଁମାନେ ଦୁର୍ନୀତି କରି ଟଙ୍କା ଆତ୍ମସାତ କରିଛନ୍ତି ଓ ତଦନ୍ତରେ ଅବହେଳା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ ବୋଲି କହିଛନ୍ତି । ଆଜି ସ୍ଥାନୀୟ ଡାକ ବିଭାଗ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ ପରେ ଏଭଳି ପ୍ରତିକ୍ରି୍ର୍ରୟା ଦେଇଛନ୍ତି ଶ୍ରୀ ବୈଷ୍ଣବ ।
ଜନ ଆଶୀର୍ବାଦ ଯାତ୍ରା ଅବସରରେ ଆଜି ବରିÂ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାକୁ ଯାଇ ମାଲକାନଗିରି ଜିଲ୍ଲାର ପୋଷ୍ଟ୍ ଅଫିସ୍ରେ ଜମାକାରୀଙ୍କ ଟଙ୍କା ଆତ୍ମସାତ ଘଟଣା ସମ୍ପର୍କରେ ପଚାରିଥିଲେ । ବରିÂ ଡାକ ଅଧୀକ୍ଷକଙ୍କୁ ଖୋଜିଥିଲେ । ଅଧୀକ୍ଷକ ମନୋଜ ପ୍ରଗଡ଼ା ଛୁଟିରେ ଥିବା ସମ୍ପର୍କରେ କହିଥିଲେ ବ୍ରହ୍ମପୁର ବରିÂ ଡାକ ଅଧୀକ୍ଷକ ତାରିଣୀ ପାଢ଼ୀ । ଏହାକୁ ନେଇ ମନ୍ତ୍ରୀ ବିଗିଡ଼ିଥିଲେ । ସେ କେମିତି ଛୁଟିରେ ରହିଛନ୍ତି ବୋଲି ପଚାରିଥିଲେ । ଏହାପରେ ମାଲକାନଗିରି ଜିଲ୍ଲାର ଜମାକାରୀଙ୍କ ଟଙ୍କା ଆତ୍ମସାତ ମାମଲାର ତଦନ୍ତ କେତେଦୂର ଯାଇଛି, ସେ ସମ୍ପର୍କରେ ପଚାରିଥିଲେ । ଏହାର ଉତ୍ତର କେହି ଦେଇ ପାରିନଥିଲେ ।
ଗଣମାଧ୍ୟମକୁ ଶ୍ରୀ ବୈଷ୍ଣବ କହିଛନ୍ତି, ଜମାକାରୀଙ୍କ ଟଙ୍କା ଆତ୍ମାସାତ ମାମଲାର ନିଶ୍ଚୟ ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ନିଆଯିବ । ଶୁକ୍ରବାର କୋରାପୁଟରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏଥିପାଇଁ ଏହି କାର୍ଯ୍ୟାଳୟକୁ ଆସିଥିଲେ । ପୋଷ୍ଟ୍ ଅଫିସ୍ ଉପରେ ଜମାକାରୀଙ୍କ ଯେଉଁ ବିଶ୍ୱାସ ରହିଛି, ଏହାକୁ ହରାଇବାକୁ ଦିଆଯିବ ନାହିଁ । ସେମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ । ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ସୁନ୍ଦର ପର୍ଯ୍ୟଟନ କେନ୍ଦ୍ର । ଏଠାକାର ପରିବେଶ ସ୍ୱିଜରଲ୍ୟାଣ୍ଡର ସୌନ୍ଦର୍ଯ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ । ରେଳବିଭାଗ ପକ୍ଷରୁ ଯେତେଦୂର ସମ୍ଭବ, ଏହାର ବିକାଶ କରାଯିବ । ଯୋଗାଯୋଗର ସୁବିଧା ପାଇଁ ପ୍ରତ୍ୟେକ ଅଞ୍ଚଳରେ ବ୍ୟବସ୍ଥା କରାଯିବ । ସଞ୍ଚାର, ଆଇଟି, ଶିକ୍ଷା, ଜଳସମ୍ପଦ, ଟ୍ରାଇବାଲ୍ ଡେଭଲେପମେଣ୍ଟ୍ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଧଶରେ ସେ ବିଭିନ୍ନ ଅଞ୍ଚଳରେ ଜନଆଶୀର୍ବାଦ ଯାତ୍ରା କରୁଥିବା ଶ୍ରୀ ବୈଷ୍ଣବ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons