
କୋରୁକୋଣ୍ଡା,(ବି.ବି.ନୁ୍ୟଜ):କିରାସିନି ବ୍ୟାରେଲ ଭିତରେ ଗଞ୍ଜେଇ ଭର୍ତ୍ତିକରି ଚାଲାଣବେଳେ ଧରିଲା ପୁଲିସ । ଏକ ପିକ୍ଅପ୍ ଭ୍ୟାନ ସହ ୫୭୯ କିଲୋ ୬ ଶହ ଗ୍ରାମ ଗଞ୍ଜେଇ ଜବତ ହେଲା । ଏହି ସଫଳତା ମିଳିଛି ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସକୁ । ମାମଲାରେ ପୁଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ହେଲା ଗାଡି ମାଲିକ କୋରାପୁଟ ଜିଲ୍ଲା କାକିରିଗୁମ୍ମା ଅଞ୍ଚଳର ବା‚ାନିଧି ସାହୁ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି ।


Comments are closed, but trackbacks and pingbacks are open.