ଲମତାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସମ୍ବଲପୁରକୁ ଚାଲାଣ ବେଳେ ଆଜି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ପୁଲିସ ଜବତ କରିଛି । ବଡପଡା ଘାଟି ନିକଟରେ ପାଟ୍ରୋଲିଂ ଚାଲିଥିବା ବେଳେ ସଗର ଅଞ୍ଚଳରୁ ଦ୍ରୁତଗତିରେ ଆସୁଥିବା ଏକ ଟିପର(ଓଡି ୧୬ଏଚ୍ ୧୫୧୧)କୁ ପୁଲିସ ଅଟକାଇଥିଲା । ପୁଲିସକୁ ଦେଖି ଡ୍ରାଇଭର ଓ ହେଲ୍ପର ଗାଡି ଛାଡି ଚମ୍ପଟ ମାରିଥିଲେ । ସନେ୍ଦହ ହେବାରୁ ଯାଞ୍ଚ କରାଯିବା ପରେ ଗାଡି ଡାଲାର ଉପରଭାଗରେ ଏକ ସ୍ୱତନ୍ତ୍ର ଚ୍ୟାମ୍ପରରେ ବହୁ ପରିମାଣରେ ଗଞ୍ଜେଇଥିବା ଜଣାପଡିଥିଲା । ଗାଡିରୁ ୩କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ପୁଲିସ କହିଛି । ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପୁଲିସର କହିବା ପ୍ରକାରେ ଗାଡିର ସମ୍ବଲପୁର ରେଜିଷ୍ଟେ୍ରସନ ନମ୍ବର ଥିବାରୁ ସେଠାକୁ ଗଞ୍ଜେଇ ଚାଲାଣ ହେଉଥିଲା । ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ କହିଛନ୍ତି ଗାଡିମାଲିକଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଗାଡି ଡ୍ରାଇଭର ଓ ହେଲ୍ପରକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଗତ ମାର୍ଚ୍ଚ ଲକଡାଉନ୍ଠାରୁ ଆଜିପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ୧୦ଟି ଗଞ୍ଜେଇ ମାମଲା ରୁଜୁ କରାଯାଇ ୨୨ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୧୨ଟି ଗାଡିକୁ ଜବତ କରାଯାଇଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.