କଟକ,(ବି.ବି.ବୁ୍ୟରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ମାମଲା ଶୁଣାଣି ଉପରେ କଟକଣା ଜାରି କରିଥିବା ବେଳେ ନିମ୍ନ ଅଦାଲତ ପାଇଁ ମଧ୍ୟ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଏହା ସତ୍ତେ୍ୱ କରୋନା ପ୍ରଭାବକୁ ନେଇ ଆଶଙ୍କା ବ୍ୟକ୍ତ କରିଛି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ । ସଂକ୍ରମଣ ଆଶଙ୍କା ଥିବାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବାର୍ ଆସୋସିଏସନ୍ ଜରୁରିକାଳୀନ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସମେତ ସମଗ୍ର ଦେଶରେ ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜନଗହଳି, ଅଧିକ ଲୋକ ଏକତ୍ରିତ ହେବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କିନ୍ତୁ ହାଇକୋର୍ଟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆଇନଜୀବୀ, ବିଭିନ୍ନ ପକ୍ଷ ଏକତ୍ରିତ ହୋଇଥାନ୍ତି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟରୁ ବିରତ ରହିବା ପାଇଁ କିଛି ଆଇନଜୀବୀ ହାଇକୋର୍ଟ ବାର୍ ଆସୋସିଏସନ୍କୁ ପ୍ରସ୍ତାବ ଦେଇଥିଲେ । ସେହି ଆଧାରରେ ଆଜି ବାର୍ ପକ୍ଷରୁ ଜରୁରିକାଳୀନ ବୈଠକ ଡକାଯାଇଥିଲା । ବାର୍ ଆସୋସିଏସନ୍ ଉପସଭାପତି ପୀୟୁଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ସମ୍ପର୍କରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏବଂ ଆଡଭୋକେଟ୍ ଜେନେରାଲଙ୍କୁ ଅବଗତ କରାଯାଇଛି । ଏହି ବୈଠକରେ ବାର୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ କୁମାର ଦାସ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.