ମାଲକାନଗିରି,(ବି.ବି.ନ୍ୟୁଜ୍): ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ପ୍ରବଳ ବର୍ଷା ସତ୍ତେ୍ୱ ମାଓବାଦୀମାନେ ଆଜି ଆନ୍ଧ୍ର ଏବଂ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଦୁର୍ଗମ ଅଞ୍ଚଳରେ ତିଆରି କରିଥିବା ସହିଦ ସ୍ତମ୍ଭ ନିକଟରେ ଏକାଠି ହୋଇଥିଲେ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଏବଂ ରାଲେଗଡାକୁ ଲାଗିଥିବା ଘଞ୍ଚ ଜଙ୍ଗଲ ମ%୍ୟରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ସମର୍ଥକଙ୍କୁ ନେଇ ଏହି ଦିବସ ପାଳନ କରିଥିବା ଖବର ମିଳିଛି । ଏଥିରେ ଓଡ଼ିଶା ସମେତ ଆନ୍ଧ୍ର ଏବଂ ଛତିଶଗଡ଼ର ମାଓ ନେତାମାନେ ସାମିଲ ହୋଇଥିବା ଜଣାପଡିଛି । ଅସ୍ଥାୟୀ ସହିଦ ସ୍ତମ୍ଭରେ ସେମାନେ ମାଲ୍ୟାର୍ପଣ କରିଛନ୍ତି । ସାଥୀ ସହିଦମାନଙ୍କ ସ୍ମୃତି ଚାରଣ କରି ଲାଲସଲାମ ଦେଇଛନ୍ତି । ଚିତ୍ରକୋଣ୍ଡା ସମେତ କାଲିମେଳା, ପପ୍ଲୁର, କୁର୍ମାନୁର ଆଦି ଦୁର୍ଗମ ଅଞ୍ଚଳରେ ମାଓବାଦୀମାନେ ବ୍ୟାନର ଏବଂ ପୋଷ୍ଟର ଲଗାଇ ସହିଦ ଦିବସ ପାଳନରେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଏହାକୁ ଆଖିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ମାଓ ହିଂସାକୁ ଦୃଷ୍ଟିରେ ରଖି ଜିଲ୍ଲାର ୩୧ଟି ରୁଟ୍ରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି । ବିଶେଷ କରି ଏଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ଭୁବନେଶ୍ୱର, ବ୍ରହ୍ମପୁର, ଆସ୍କା, ବଲାଙ୍ଗିର, ଖଡ଼ିଆଳକୁ ଯାତାୟାତ କରୁଥିବା ଦୂରଗାମୀ ବସ୍ଗୁଡିକ ସାତଦିନ %ରି ବନ୍ଦ ରହୁଥିବାରୁ ଯାତ୍ରୀମାନେ ସମସ୍ୟା ଭୋଗୁଛନ୍ତି ।
Comments are closed, but trackbacks and pingbacks are open.