୩୧ ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ପିସ୍ତଲ ଜବତ୍ :ଜଣେ ଗିରଫ, ୫ ଫେରାର୍

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ନିଶା କାରବାର ବନ୍ଦ ହେବାର ନାଁ ଧରୁନି । ପୁଣି ଜଳେଶ୍ୱରର ଏକ ବିଦ୍ୟାଳୟ ସମ୍ମୁଖରୁ ବୁଧବାର ଭୋରରେ ୩୦୫ଗ୍ରାମ ଓଜନର ବ୍ରାଉନ୍ସୁଗର ସହ ଏକ ପିସ୍ତଲ ଜବତ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନସୁଗର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ୫ଜଣ ଫେରାର୍ ହୋଇଯାଇଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବକାରୀ ବିଭାଗର ହସ୍ତଗତ ହୋଇଥିବା ଜଣାପଡ଼ିଛି । ଜବତ୍ ପିସ୍ତଲ ସମ୍ପର୍କରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଗିରଫ ହୋଇଥିବା ଅଭିଯୁକ୍ତକୁ ରିମାଣ୍ଡରେ ଆଣି ତଦନ୍ତ କରିବା ଲାଗି ପୁଲିସ୍ ସ୍ଥିର କରିଥିବା ଜଣାଯାଇଛି ।

ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ରାଉନ୍ସୁଗର ଓ ଅନ୍ୟ କେତେକ ମାଦକ ଦ୍ରବ୍ୟ କାରବାରର ପେଣ୍ଠ ସ୍ଥଳୀ ପାଲଟିଥିବା ବେଳେ ଅବକାରୀ ବିଭାଗର କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଆଜି ଜଳେଶ୍ୱରରେ ପହଞ୍ଚି ନିର୍ଦ୍ଧିଷ୍ଟ ଏକ ଘରୁ ୩୦୫ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଭୋର ୫ଟା ୩୦ରେ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଆଇଆଇସି ଜଗଦୀଶ ସାମଲ, ଗାଲୁଲାଲ ସରେନ୍ଙ୍କ ସହିତ ଜଳେଶ୍ୱର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ହରପ୍ରସାଦ ରଣା ଓ ଅନ୍ୟ ୨୨ଜଣ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ । ସେଖ୍ବାଡର଼୍ ମୌଜାର ମିଲବାଡ଼ି ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ନେସ୍କୋ କାର୍ଯ୍ୟାଳୟ ମଝିରେ ଥିବା ଶିଶିର କୁମାର ପ୍ରଧାନଙ୍କ ଘରେ ଚଢ଼ଉ ହୋଇଥିଲା ।

ତାଙ୍କ ପୁଅ ସପନ (୪୨) ଘରେ ଥିବା ବେଳେ ଏହି ଚଢଉ କାର୍ଯ୍ୟ ହୋଇଥିଲା ଏବଂ ସେହି ଘରୁ ୩୦୫ ଗ୍ରାମ ବ୍ରାଉନସୁଗର ଜବତ୍ କରାଯାଇଥିଲା । ମାତ୍ର ଚଢ଼ଉ ସମୟରେ ସେହି ବ୍ରାଉନ୍ସୁଗର ପ୍ୟାକେଟଗଡ଼ିକ ଛାତ ଉପରୁ ବାହାରକୁ ଫୋପାଡ଼ି ଦିଆଯାଇଥିଲେ ମଧ୍ୟ ତାହାକୁ ଜଗଦିଶ ସାମଲଙ୍କ ଟିମ୍ ଜବତ୍ କରିଥିଲା । ତତ୍ସହିତ ଘରର ବିଛଣା ତଳୁ ସାନମାଇକା -୨୦ ନାମକ ଏକ ପିସ୍ତଲ ଜବତ୍ ହୋଇଛି । ପିସ୍ତଲ ସହ ଅଭିଯୁକ୍ତ ସପନକୁ ଜଳେଶ୍ୱର ଥାନାରେ ହାଜର କରାଯାଇଥିଲା । ମାମଲା ରୁଜୁ ହେବା ପରେ କଟକର କେନ୍ଦ୍ରଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଅଭିଯୁକ୍ତ ସପନକୁ ହେପାଜତକୁ ନେଇଛି । ଉଲ୍ଲେଖ ଯୋଗ୍ୟ, ଜଳେଶ୍ୱରର ବିଭିନ୍ନ ସ୍ଥାନରେ ବ୍ରାଉନ୍ସୁଗର ବିକ୍ରି ହେଉଥିବା ଖବର ପାଇଥିଲେ ରାଜ୍ୟ ଅବକାରୀ ସଚିବ ସୁଶିଲ କୁମାର ଲୋହାନୀଜାଣି । ସେ ରାଜ୍ୟ ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ ଓ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଅବକାରୀ ଏସ୍ପି ବିବେକାନନ୍ଦ ନାୟକଙ୍କ ନିଦେ୍ର୍ଧଶରେ ବୁଧବାର ଭୋରରେ ଚଢ଼ଉ ହୋଇଥିଲା । ତଦନ୍ତରେ ସପନ ଠାରୁ ଏହି ଘଟଣାରେ ସେକ୍ ସାଦ୍ଧିକ (ଚୁଇଁ) ଓ ଅନ୍ୟ ୪ଜଣଙ୍କ ସଂପୃକ୍ତି ଥିବା ସମ୍ପର୍କରେ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons