ମୁନିଗୁଡ଼ା: ମୁନିଗୁଡା ଥାନା ଅଞ୍ଚଳରୁ ଚାଲାଣ ବେଳେ ପୁଲିସ୍ ହାତରେ ଧରାପଡିଛି ୬୫୩ କେଜି ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ କୁଟୁଡୁକୁପା ଗାଁର ଭୀମ ଜାଙ୍ଗରଙ୍ଗ(୪୭), ପ୍ରସାଦ ଜାଙ୍ଗରଙ୍ଗା((୪୫), ତ୍ରିନାଥ ଜାଙ୍ଗରଙ୍ଗା(୨୭) ଓ କବିରାଜ ଜାଙ୍ଗରଙ୍ଗା(୩୧) । ଗିରଫ ପରେ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ବିଷମକଟକ ଏସ୍ଡିପିଓ ସୂଚନା ଦେଇଛନ୍ତି ।
ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ଖବରପାଇଥିଲା ପୁଲିସ୍ । ଗଞ୍ଜେଇ ଧରିବା ଲାଗି ଏସ୍ଡିପିଓଙ୍କ ନିଦେ୍ର୍ଧଶରେ ଦୁଇଟି ଟିମ୍ ଗଠନ କରାଯାଇଥିଲା । କୁଟୁଡୁକୁପା ଗାଁ ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଉଭୟ ଟିମ୍ ଚଢଉ କରିଥିଲା । ୩୦ରୁ ଅଧିକ ଜରିବସ୍ତାରେ ଥିବା ଗଞ୍ଜେଇ ଜବତ କରିବା ସହ ଉପରୋକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଚଢଉ ବେଳେ ପୁଲିସ୍ ଆଖିରେ ଧୂଳି ଦେଇ ଅନ୍ୟ ୬ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୬୫୩କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ମୁନିଗୁଡା ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ଫେରାର୍ଥିବା ଅନ୍ୟ ୬ଜଣଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ । ତଦନ୍ତ ଚାଲୁ ରହିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି । ଏହି ଚଢଉରେ ଆଇଆଇସି ସୁଜ୍ଞାନୀ ସାହୁ, ଏସ୍ଆଇ ପ୍ରତାପ ବେହେରା, ଚନ୍ଦ୍ରମା ଶବରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।
ସୂଚନାଥାଉକି, ଗତ ୭ ମାସ ଭିତରେ ମୁନିଗୁଡା ଥାନା ଅଞ୍ଚଳରୁ ୫ ହଜାର କେଜି ଜବତ ହୋଇଛି । ଏହି କାରବାରରେ ସଂପୃକ୍ତ ୨୦ରୁ ଅଧିକ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚାଲାଣରେ ବହୁ ଟ୍ରକ୍, କାର୍ ଓ ବାଇକ୍ ଜବତ କରାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.