୩୫ କିମି ସାଇକେଲ ଚଲାଇଲେ ନବରଙ୍ଗପୁର ଏସ୍ପି

Get real time updates directly on you device, subscribe now.

ଇନ୍ଦ୍ରବାତୀ, (ବି.ବି.ନୁ୍ୟଜ୍): ସାଇକେଲପ୍ରେମୀ ନବରଙ୍ଗପୁର ଏସ୍ପି ନୀତିନ କୁଶଲକର ପୁଣି ଥରେ ତାଙ୍କ ହବି (ପ୍ରିୟ ଅଭ୍ୟାସ)ର ନଜୀର ଦେଖାଇଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ୩୫ କି.ମି ଦୂର ଖାତିଗୁଡ଼ା ଥାନା ଗସ୍ତ କରିଛନ୍ତି । ତା ପୁଣି ସାଇକେଲ୍ରେ । ଥାନାରେ ପହଞ୍ଚି ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ଥାନାଧିକାରୀ ପଞ୍ଚାନନ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ । ଯୁବ ଏସ୍ପିଙ୍କ ଏଭଳି ନିଆରା ଢଙ୍ଗରେ କିଛି ଦିନ ବ୍ୟବଧାନରେ ବିଭିନ୍ନ ଥାନାକୁ ସାଇକେଲ ଯୋଗେ ଗସ୍ତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କିଛି ଦିନ ତଳେ ୨୨ କି.ମି ଦୂର ତେନ୍ତୁଳିଖୁଣ୍ଟି ଥାନାରେ ମଧ୍ୟ ସାଇକେଲ ଯୋଗେ ପହଞ୍ଚିଥିଲେ ନୀତିନ । ସାଇକେଲ ବ୍ୟବହାର ଉଭୟ ପରିବେଶ ଓ ମଣିଷ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ନେଇ ପରୋକ୍ଷରେ ବାର୍ତ୍ତା ଦେଉଛନ୍ତି ସେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons