୩୫ ଲକ୍ଷର ଗଞ୍ଜେଇ ଜବତ, ୪ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ସୁନାବେଡ଼ା ପୁଲିସ ଏକ ଟ୍ରକରୁ ୭୦୫ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ପଟ୍ଟାଙ୍ଗି ବ୍ଲକ ରାଜଗାଙ୍ଗପୁର ଗାଁର ସଂଜୀବ ପାଙ୍ଗି, କାକିଗାଁର ଶିବରାଜ, ପାଡ଼ୁଆର ରବୀନ୍ଦ୍ର ଖେମୁଣ୍ଡୁ ଓ ଡିପିକ୍ୟାମ୍ପର ଶଙ୍କର । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି । ଆଇଆଇସି ଭୀମସେନ ନାୟକ କହିଛନ୍ତି ଯେ, ସେମିଳିଗୁଡ଼ାରୁ କୋରାପୁଟ ଅଭିମୁଖେ ଟ୍ରକଟି ଯାଉଥିବା ବେଳେ ଘାଟଗୁଡ଼ା ନିକଟରେ ପୁଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା । ଏଥିରେ ଗଞ୍ଜେଇ ଚୋରା ଚାଲଣ କରାଯାଉଥିଲା । ପୁଲିସ ଟ୍ରକକୁ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରିଛି । ଏନେଇ ଥାନାରେ ୧୧୪/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଶ୍ରୀ ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons