୩୫ ଲକ୍ଷର ଗଞ୍ଜେଇ ଜବତ, ୪ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଲମତାପୁଟ ପୁଲିସ୍କୁ ମିଳିଛି ସଫଳତା । ଆନ୍ଧ୍ରର ମୁଚିମପୁଟରୁ ହରିୟାଣା ଚାଲାଣ ବେଳେ ପୁଲିସ୍ ହାତରେ ଧରାପଡିଛି ସାଢେ ୩ କ୍ୱିଣ୍ଟାଲ ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ଚାଲାଣରେ ବ୍ୟବହୃତ ଦୁଇଟି ଅଟୋ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା କଣ୍ଟା ଗାଁର ଯୋଗେଶ ହନ୍ତାଳ, ହନୁମଞ୍ଜର ଗାଁର ଗୋବିନ୍ଦ କିର୍ଷାନୀ, ହରିୟାଣାର ଶ୍ୟାମ ସିଂହ ଓ ରାମପାଲ ସିଂହ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ ଆକଳନ କରିଛି । ଏହି ସୂଚନା ଦେଇଛନ୍ତି ନନ୍ଦପୁର ଏସ୍ଡିପିଓ ସଞ୍ଜୟକୁମାର ମହାପାତ୍ର ।
ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ୍ । ଏସ୍ପି ବରୁଣ ଗୁଣ୍ଠପାଲିଙ୍କ ନିଦେ୍ର୍ଧଶରେ ତାଙ୍କ ନେତୃତ୍ୱରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ଷାନୀ ସମେତ ଅନ୍ୟ କର୍ମଚାରୀମାନେ ସଗର ଗାଁ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଆନ୍ଧ୍ରରୁ ଦ୍ରୁତଗତିରେ ଆସୁଥିବା ଦୁଇଟି ଅଟୋ(ଓଡି-୧୦ଇ-୮୦୬୪ ଏବଂ ଓଡି-୧୦ଏନ୍-୪୭୪୧)କୁ ପୁଲିସ୍ ସନେ୍ଦହରେ ଅଟକାଇ ଥିଲା । କିନ୍ତୁ ଦୁଇଟିଯାକ ଅଟୋ ଚାଳକ ଗାଡ଼ି ବୁଲାଇ ଆନ୍ଧ୍ର ଅଭିମୁଖେ ଯାଉଥିବା ଦେଖି ପୁଲିସ୍ ସେମାନଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଥିଲା । ଯାଞ୍ଚ ବେଳେ ଅଟୋ ଭିତରେ ଗଞ୍ଜେଇଥିବା ଜଣାପଡିଥିଲା । ଗଞ୍ଜେଇ ବୋଝେଇ ଦୁଇ ଗାଡି ଓ ଅଟୋ ଭିତରେ ବସିଥିବା ୪ ଅଭିଯୁକ୍ତଙ୍କୁ ଧରି ଥାନାକୁ ଅଣାଯାଇଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୩୫୦ କେଜି ଗଞ୍ଜେଇ ଥିଲା । ପଚରାଉଚରା ବେଳେ ଅଭିଯୁକ୍ତମାନେ ଏହି ଗଞ୍ଜେଇ ହରିୟାଣା ଚାଲାଣ କରୁଥିଲେ ବୋଲି ପୁଲିସ୍ ନିକଟରେ ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ଲମତାପୁଟ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ପୁଲିସ୍ ପକ୍ଷରୁ ଗଞ୍ଜେଇ ଧରିବା ଲାଗି ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons