୩୬ ଘଣ୍ଟା ପରେ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ମାଛ ଧରିବାକୁ ଯାଇ ମାଛକୁଣ୍ଡ ନଦୀରେ ନିଖୋଜ ହୋଇଯାଇଥିବା ସମରା ଗୋଲରୀ(୫୮)ଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି । ଲମତାପୁଟ ଅଗ୍ନିଶମ ବାହିନୀ ଏବଂ କୋରାପୁଟ ଓଡ୍ରାଫ୍ ଟିମ୍ର ମିଳିତ ଉଦ୍ୟମରେ ନିଖୋଜ ହେବାର ୩୬ ଘଣ୍ଟା ପରେ ଉଦ୍ଧାର ହୋଇଛି ଏହି ମୃତଦେହ । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ପୁଲିସ୍ ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସରକାରୀ ନିୟମ ଅନୁଯାୟୀ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ମାନସ ପଟ୍ଟନାୟକ କହିଛନ୍ତି ।
ସୂଚନାଥାଉକି, ଗତ ୨୭ ତାରିଖ ମଧ୍ୟାହ୍ନରେ ହେନ୍ତାଳଗୁଡାର ସମରା ମାଛ ଧରିବାକୁ ମାଛକୁଣ୍ଡ ନଦୀକୁ ଯାଇଥିଲେ । ଏହି ନଦୀରେ ମାଛକୁଣ୍ଡ ଜଳବିଦୁ୍ୟତ୍ ପ୍ରକଳ୍ପର ପାଣି ମିଶିଥାଏ । ପ୍ରକଳ୍ପର ତଳମୁଣ୍ଡରେ ହେନ୍ତାଳଗୁଡା ଗାଁର ସମରା ଓ ତାଙ୍କ ସ୍ତ୍ରୀ ନଦୀ କୂଳରେ ମଞ୍ଚା ବାନ୍ଧି ରହି ଆସୁଥିଲେ । ଶନିବାର ସମରା ମାଛ ଧରିବାକୁ ଦେଶୀ ଡଙ୍ଗାରେ ନଦୀ ଭିତରକୁ ଯାଇଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons