ଭବାନୀପାଟଣା: କଳାହାଣ୍ଡି ସଦର ପୁଲିସ୍କୁ ମିଳିଳା ସଫଳତା । ଦୀର୍ଘ ଦିନରୁ ଜିଲ୍ଲାରେ ଚାଲିଥିବା ଡ୍ରଗସ୍ କାରବାର ପର୍ଦ୍ଧାଫାସ ହୋଇଛି । ରବିବାର ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସାଦର ଥାନାର ଏକ ପୁଲିସ୍ ଟିମ୍ ଜାତୀୟ ରାଜପଥ ୨୬ରେ ଫେରାର ମାରୁଥିବା ଏକ ଏର୍ଟିଗା କାରକୁ ଅଟକ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩୮.୭୨ ଗ୍ରାମ ମିଶ୍ରିତ ନିଶା ଦ୍ରବ୍ୟ ବା ନrିୟସ୍ ସୁବଷ୍ଟାନସ୍ ଡ୍ରଗ୍ସ୍ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭବାନୀପାଟଣା ହିଲ୍ଟାଉନ୍ ଅଞ୍ଚଳର ଏମ୍ଡି ସକିଦ୍ ପରବେଜ୍(୧୯) ଓ ଥୁଆମୂଳ ରାମପୁର ଅଞ୍ଚଳର ଉଦୟ ନାଏକ(୩୫) ବୋଲି ଜଣାଯାଇଛି । ଦୁଇ ଅଭିଯୁକ୍ତ ଡ୍ରଗ୍ ନେଟୱାର୍କର ଏକ ଅଂଶ । ଯେଉମାନେ ଭବାନୀପାଟଣା ସହରର ଯୁବକମାନଙ୍କୁ ବିଷାକ୍ତ ପଦାର୍ଥ ବିକ୍ରୟ କରୁଛନ୍ତି । ସେମାନଙ୍କ ଠାରୁ ବ୍ୟବହୃତ ଆର୍ଟିଗା କାର୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଜବତ ନିଶା ପଦାର୍ଥକୁ ଫରେନସିକ୍ ଲ୍ୟାବକୁ ରାସାୟନିକ ବିଶ୍ଳେଷଣ ପାଇଁ ପଠାଯାଉଛି । ଗିରଫ ଅଭିଯୁକ୍ତ ସମ୍ବଲପୁରରୁ ଡ୍ରଗ୍ସ୍ ଆଣିଥିବା ଜଣାଯାଇଛି । ସେମାନଙ୍କ ଠାରୁ ଡ୍ରଗ୍ସ କିଣିଥିବା ସମସ୍ତ ବ୍ୟକ୍ତିଙ୍କ ସଂପର୍କରେ ଜିଲ୍ଲା ପୁଲିସ୍ ଅଧିକ ତଦନ୍ତ ଆରମ୍ଭ କରିଥିବା କଳାହାଣ୍ଡି ଏସ୍ପି ଡା.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ଏସଂକ୍ରାନ୍ତରେ ଭବାନୀପାଟଣା ସଦର ଥାନାରେ ଏକ ମାମଲା କେସ୍ ନଂ ୧୯୭/୨୧ ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଅଧିକାରୀ ପ୍ରଦୀପ ଧରୁଆ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.