ଲକ୍ଷ୍ମୀପୁର,(ବି.ବି.ନ୍ୟୁଜ୍): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର ଜଣେ ମହିଳାଙ୍କୁ ୩ କିଲୋମିଟର ବାଉଁଶ ଝୁଡି଼ରେ ବସାଇ ବୁହାଯିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ଲଗାଇ ଦେଇଛି ବିରାଟ ପ୍ରଶ୍ନବାଚୀ । ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ବୁର୍ଜା ପଞ୍ଚାୟତ କୁତୁକାଝୋଲା ଗାଁର ଦେବ ମିଣିଆକାଙ୍କ ସ୍ତ୍ରୀ ସମି ମିଣିଆକା । ପରିବାର ଓ ଗାଁ ଲୋକେ ମିଳିତ ଭାବେ ତାଙ୍କୁ ବୋହିକରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତରଅମିତ ମହାନ୍ତି କହିଛନ୍ତି । ରାସ୍ତା ନଥିବାରୁ ଗାଁକୁ ଯାଇପାରୁନିଆମ୍ବୁଲାନ୍ସ କିମ୍ବା ଚାରି ଚକିଆ ଗାଡି଼ । ଜରୁରୀକାଳୀନ ସମୟରେ ଲୋକେ ସବୁବେଳେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହା ପୂର୍ବରୁଅର୍ଥାତ୍ ସାଧାରଣ ନିର୍ବାଚନ ପୂର୍ବରୁ ପିପଳପଦର ପଞ୍ଚାୟତ ବାଘମାରି ଗାଁର ଜଣେ ପ୍ରସୂତିଙ୍କୁ ପରିବାର ଲୋକେ ଏକ ଖଟିଆରେ ବୋହିକରି ନଦୀ ପାରି କରିଥିଲେ । ତା’ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ତଥାପି ବ୍ଲକ୍ରଅନେକ ଦୁର୍ଗମଅଞ୍ଚଳକୁଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁନାହିଁ । ଯାହାର କରୁଣ ପରିଣତି ଭୋଗୁଛନ୍ତିଆଦିବାସୀମାନେ ।
ମିଳିଥିବା ସୂଚନାଅନୁଯାୟୀ, ୨ ମାସ ତଳେ ଗର୍ଭବତୀ ଥିବା ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ସମି । ସେଠାରେଅସ୍ତ୍ରୋପଚାର କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ କରାଯାଇଥିଲା । ଡାକ୍ତରଖାନାରେ କିଛି ଦିନ ରହିବା ପରେ କୁତୁକାଝୋଲାକୁ ଫେରିଥିଲେ ସମି । ହଠାତ୍ଆରମ୍ଭ ହୋଇଥିଲା ପେଟବଥା । କିନ୍ତୁ ଗାଁର ରାସ୍ତା ଖରାପ ଥିବାରୁ ପରିବାର ଲୋକେ ବିକଳ୍ପ ଚିନ୍ତା କରିଥିଲେ । ଏକ ବାଉଁଶ ଝୁଡି଼ରେ ବସାଇଥିଲେ ସମିଙ୍କୁ ।ଆଜି ସକାଳ ୬ଟାରୁ ଭାରରେ ବୋହିକରି ଦୀର୍ଘ ୩ କିଲୋମିଟର ଦୂରରେ ଥିବା ନାଳଚୁଆଁ ଗାଁ ପାଖରେ ପହଞ୍ଚିଥିଲେ । ଦୀର୍ଘ ୩ କିଲୋମିଟର ଦୁର୍ଗମ ତଥା ପାହାଡ଼ିଆ ରାସ୍ତା ପାରି ହେବା ବେଳେ ପାଦେ ପାଦେ ବିପଦ ରହିଥିଲା । ତଥାପି ସାହସ ଜୁଟାଇ ଦୀର୍ଘ ୨ ଘଣ୍ଟା ଭାର ବୋହିଥିଲେ ସେମାନେ । ନାଳଚୁଆଁ ଗାଁରେ ପହଞ୍ଚିବା ପରେ ଏକଅଟୋରେଆଣିଥିଲେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ।
ଏ ସମ୍ପର୍କରେଆମେ ସମିଙ୍କ ସହିତଆସିଥିବା ଗ୍ରାମବାସୀଙ୍କୁ ପଚାରିଥିଲୁ । ସେମାନେ କହିଛନ୍ତି, ଗାଁକୁ ରାସ୍ତାଟିଏ ପାଇଁ ବହୁବାର ସେମାନେ ଲୋକ ପ୍ରତିନିଧିଙ୍କଠାରୁଆରମ୍ଭ କରି ପ୍ରଶାସନକୁ ଜଣାଇଛନ୍ତି । ଗତ ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା ଭୋଟ ମାଗିବାକୁଆସିଥିବା ବେଳେ ରାସ୍ତା କରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ସରିଗଲା ପରେ କାହାରି ଦେଖାନାହିଁ । ଗାଁକୁ ସଂଯୋଗ କରୁଥିବା ରାସ୍ତା ଏକ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାରୁ ବନ ବିଭାଗ ତରଫରୁଅନୁମତି ମିଳୁନଥିବା କୁହାଯାଉଛି । ଏ ସମ୍ପର୍କରେଆମେ ଲକ୍ଷ୍ମୀପୁର ରେଞ୍ଜର କୁମାର ଖରାଙ୍କୁ ପଚାରିବାରୁ ସେ କହିଛନ୍ତି, ସେଠାକାର ଲୋକଙ୍କ ଯାତାୟାତକୁଆଖିରେ ରଖି ବିଭାଗ ପକ୍ଷରୁ ୪ଟି କଲଭର୍ଟ ନିର୍ମାଣ କରାଯାଇଛି । ପ୍ରଶାସନ ପକ୍ଷରୁ ହେଉଅବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ, ରାସ୍ତା ପାଇଁଅନୁମତି ମିଳିଲେ କୋରାପୁଟ ଡିଏଫ୍ଓଙ୍କଠାରୁଅନୁମତି ନିଆଯାଇ କରାଯାଇପାରିବ । ଏହାପରେଆମେ ଲକ୍ଷ୍ମୀପୁର ବିଡିଓ ବେଣୁଧର ଶବରଙ୍କୁ ପଚାରିବାରୁ ସେ କହିଛନ୍ତି, ମନରେଗାରେ ଦୁଇଥର ମାଟି ପକାଯାଇ ବ୍ଲକ୍ ତରଫରୁ ଉକ୍ତ ରାସ୍ତା ନିର୍ମାଣ କରାଯାଇଥିଲା । ପକ୍କା ରାସ୍ତା ପାଇଁ ଏହାକୁଆର୍ଡି ବିଭାଗକୁ ହସ୍ତାନ୍ତର କରାଯାଇଛି । ସେମାନେ ଏହି ରାସ୍ତା ତିଆରି କରିବା କଥା ।
Comments are closed, but trackbacks and pingbacks are open.