୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ନାରାୟଣପାଟଣା : ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ। ୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଉପର ଗଡିତ ଗାଁରେ ।
ସୂଚନା ମୁତାବକ, ଆଜି ସକାଳୁ ଗାଁର ସୋନିଆ ଜାନୀଙ୍କ ପତ୍ନୀ ମିଣିଙ୍ଗ ଜାନୀଙ୍କ ପ୍ରସବ ବେଦନା ହେବାରୁ ମେଡିକାଲକୁ ନେବାକୁ ବାହାରିଥିଲେ ଘର ଲୋକ। ଏଥିପାଇଁ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ୍ କରିଥିଲେ । ହେଲେ ଗାଁକୁ ରାସ୍ତା ନ ଥିବାରୁ ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା । ଫଳରେ ମିଣିଙ୍ଗ ଜାନୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ୟ୍ୟନ୍ତ ନିଆଯାଇଥିଲା।
ପରିବାର ଲୋକେ ପାହାଡିଆ ରାସ୍ତାରେ ନାଲକୋ ମାଇନସ ଅଞ୍ଚଳ ପର୍ୟ୍ୟନ୍ତ ବୋହିନେଇଥିଲେ । ତା ପରେ ସେଠାରୁ ମହିଳାଙ୍କୁ ୧୮ କି.ମି ଦୂର ମାତାଲପୁଟ ମେଡିକାଲରେ ଭର୍ତ୍ତି କରାଯିବା ପରେ ସେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।
ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ବିଜାଘାଟି ପଞ୍ଚାୟତର ତଳ ଗଡତି, ଉପର ଗଡତି ଓ ମୁଣ୍ଡଗଡତି ଗାଁକୁ ରାସ୍ତା ନଥିବାରୁ ଏଠାକାର ବାସିନ୍ଦା ବହୁତ ହଇରାଣ ହେଉଛନ୍ତି ।
ସେହିଭଳି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗୌରମାଲ ପଂଚୟତର କୁତୁରାଡେରା ରାସ୍ତା ଖରାପ ଯୋଗୁଁ ବାଟରେ ଅଟକିଥିଲା ଆମ୍ବୁଲାନ୍ସ । ପ୍ରାୟ ୫କିମି ଦୂରରେ ଥିବା ବଡ଼ଜୂବ ଗାଁକୁ ଆମ୍ବୁଲାନ୍ସ ଯାଇନପାରି ଅଟକି ରହିଥିବାରୁ ବୃଦ୍ଧଙ୍କୁ ବାଇକରେ ୫ କି.ମି ଆଣି ଅଟକି ରହିଥିବା ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନାକୁ ନେଇଥିଲେ। ଖରାପ ଯୋଗୁଁ ଏପରି ପରିସ୍ଥିତି ଆଜି ଦେଖାଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons