୩ କୁଖ୍ୟାତ ଲୁଟେରା ଗିରଫ, ୭ ବାଇକ ଜବତ

Get real time updates directly on you device, subscribe now.

ଭୁବନେଶ୍ୱର: ଲୁଟେରା, ଚୋରଙ୍କୁ ଧରିବାକୁ କମିଶନରେଟ୍ ପୁଲିସର ୨ ଅନ୍ଲାଇନ୍ ଆପ୍ ପ୍ରଥମ ସଫଳତା ଆଣିଛି । କୁଣ୍ଡଳୀ ଆପ୍ ଲୁଟ୍ ସାମଗ୍ରୀର ତାଲିକା ଅଣ୍ଡାଳିଲା । ଆଉ ସନ୍ଧାନ ଆପ୍ ଲୁଟେରାଙ୍କ ଇତିହାସ ପଢ଼ି ସେମାନଙ୍କୁ କାବୁ କରିବାକୁ ପୁଲିସ୍କୁ ବାଟ କଢ଼ାଇଲା । ଏମିତି ତରିକାରେ ଖଣ୍ଡଗିରି ଥାନା ପୁଲିସ କବ୍ଜାରେ ୩ ଜଣିଆ କେବିଏସ ଗ୍ୟାଙ୍ଗ୍ ଧରାପଡିÿଛନ୍ତି ।
ସେମାନେ ହେଲେ କଟକ ସିଡିଏର କାର୍ତ୍ତିକ ପ୍ରକାଶ(୩୨), ଭରତପୁର ଥାନା କୋଳଥିଆର ସାଗର ପୁନ(୨୩) ଓ ଖଣ୍ଡଗିରି ବରବାରିର ବିକାଶ ରାୟ । ଲୁଟେରାମାନଙ୍କଠାରୁ ପୁଲିସ ୭ଟି ବାଇକ୍ ଓ ୧୧ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଲୁଟେରାମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପୁଲିସ୍ କହିଛି, ସେମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍ପାଟ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ । ପେଶାଦାର ଅପରାଧୀ ସାଗରଙ୍କ ନାମରେ ୫ରୁ ଅଧିକ ମାମଲା ଅଛି ।
ପୁଲିସ କହିଛି, ଖଣ୍ଡଗିରି ଥାନା ବରବାରିରେ ରବୀନ୍ଦ୍ର କୁମାର ସ୍ୱାଇଁ(୩୬) ରୁହନ୍ତି । ରବିନ୍ଦ୍ର ଜୁନ୍ ୨୯ରେ ତାଙ୍କର ବାଇକ୍ (ଓଡି୩୩ସି ୯୮୯୭) ଘର ସାମ୍ନାରେ ରଖିଥିଲେ । ଅଭିଯୁକ୍ତମାନେ ତାଙ୍କ ବାଇକ୍କୁ ଚୋରି କରି ନେଇଥିଲେ । ଅଭିଯୋଗକ୍ରମେ ପୁଲିସ ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ହୋଇଥିବା ଅନ୍ୟ ବାଇକ୍ ଓ ମୋବାଇଲ୍ର ମାମଲା ଉଣ୍ଡାଳିଥିଲା । ପରେ ୨ ଆପ୍ ଜରିଆରେ ଅପରାଧୀଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲା । ସେମାନେ ଲୁଟ୍ପାଟ୍ ବେଳେ ପୁଲିସକୁ ଚକମା ଦେବାକୁ ଚୋରି ଗାଡ଼ିକୁ ବ୍ୟବହାର କରୁଥିଲେ । ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି, ଏନେଇ ପୁଲିସ ତଦନ୍ତ କରୁଛି । ସୂଚନା ଥାଉ କି, ଅପରାଧୀମାନଙ୍କୁ ଟ୍ରାକ୍ କରିବା ପାଇଁ କାମ କରୁଛି କୁଣ୍ଡଳୀ ଓ ସନ୍ଧାନ ଆପ୍ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons