ଭଞ୍ଜନଗର,(ବି.ବି.ନୁ୍ୟଜ): ଗଞ୍ଜେଇ ଚାଷର ଭୂସ୍ୱର୍ଗ ପାଲଟିଛି ଗଜପତି ଓ ଗଞ୍ଜାମ ଜିଲ୍ଲାର ସୀମା । ଆଜି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବଡ଼ଗଡ଼ ଥାନା ଅଧୀନରେ ଚଢ଼ଉ କରାଯାଇ ପ୍ରାୟ ୫୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରି ପୋଡ଼ି ଦିଆଯାଇଛି । ଏହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ନିରୀହ ଆଦିବାସୀଙ୍କୁ ମୋହରା କରି ଗଞ୍ଜେଇ ମାଫିଆ ଚାଷ କରୁଥିବା କୁହାଯାଉଛି । ଏହି ଗଞ୍ଜେଇ ଚାଷ ପଛର ମୁଖ୍ୟ ନାୟକ କିଏ ଏହାକୁ ନେଇ ଚର୍ଚ୍ଚା ହେଉଛି ।
ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସହ ଆସିକା, ଶେରଗଡ, ବଡଗଡ ଓ ସୋରଡା ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ କର୍ମଚାରୀ, ଅବକାରୀ ବିଭାଗ ଡିଏସ୍ପି ଅଭିମନୁ୍ୟ ବେହେରାଙ୍କ ଉପସ୍ଥିତିରେ ୨ଶହରୁ ଊଦ୍ଧ୍ୱର୍ ଏହି ଚଢ଼ଉରେ ସାମିଲ ହୋଇଥିଲେ । ଗଞ୍ଜାମ-ଗଜପତି ସୀମା ଗୌଡଗୋଠ ପଞ୍ଚାୟତର ପେଡିପଦର, ଶଗଡବସା ଓ ଝର କଣା ଆଦି ଗ୍ରାମ ନିକଟ ଜଙ୍ଗଲରେ ୫୦ ଏକରରୁ ଊଦ୍ଧ୍ୱର୍ ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଝରଣା ପାଣିକୁ ବ୍ୟବହାର କରି ବିସ୍ତୀର୍ଣ୍ଣ ଇଲାକାରେ ଏଭଳି ଗଞ୍ଜେଇ ଚାଷ କରାଯାଉଥିବା ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି । ଏଥିରେ ଗଞ୍ଜେଇ ମାଫିଆମାନେ ନୀରିହ ଆଦିବାସୀଙ୍କୁ ମୋହରା କରୁଛନ୍ତି । ଅପରପକ୍ଷରେ ନୀରିହ ଆଦିବାସୀ କୌଣସି ସରକାରୀ କାମଧନ୍ଦା ନପାଇ ହାତ ଯୋଡି ବସି ରହୁଥିବାରୁ ଏହା ଗଞ୍ଜେଇ ମାଫିଆଙ୍କ ପାଇଁ ଅପୂର୍ବ ସୁଯୋଗ ଆଣି ଦେଉଛି । ସରକାର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଦିବାସୀଙ୍କୁ ସାମିଲ କରି ସେମାନଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଥାନ୍ତେ ତେବେ ସେମାନେ ଭୁଲ ରାସ୍ତାକୁ ଆପଣାଇ ନଥାନ୍ତେ ବୋଲି ବରିÂ ଆଇନଜୀବୀ ସୋମନାଥ ନାୟକ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶଥାଉକି ଅନେକ ସମୟରେ ଏହି ଗଞ୍ଜେଇ ଚାଷ ପାଇଁ ଆଦିବାସୀ ଓ ପୁଲିସ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ନିକଟ ଅତୀତରେ ବଡଗଡ ଥାନା ଇଲାକାରେ ପୁଲିସ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଗଲାବେଳେ ଆଦିବାସୀମାନେ ଏହି ପୁଲିସ କର୍ମଚାରୀଙ୍କୁ ଘେରି ବହୁ ସମୟ ଯାଏଁ ଅଟକ ରଖିଥିଲେ । ପରେ ଅନେକ ବୁଝାସୁଝା ପରେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରୁ ମୁକୁଳି ପାରିଥିଲେ । ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ ବିକାଶ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି । ସେମାନେ ରୋଜଗାର ପନ୍ଥା ବଢ଼ିଲେ ଆର୍ଥିକ ସ୍ଥିତି ସୁଧୁରିପାରିବ ବୋଲି କୁହାଯାଉଛି ।


Comments are closed, but trackbacks and pingbacks are open.