୩ ଗୃହରକ୍ଷୀ ସମେତ ୪ ଗିରଫ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ଗଞ୍ଜେଇ ବୋଝେଇ ଗାଡ଼ି ଛାଡିÿବା ଲାଗି ବଡ଼ଧରଣର ଡିଲ୍ । ଡିଲ୍ ପଛରେ ୩ ଗୃହରକ୍ଷୀ । ୪ ଲକ୍ଷ ୭୦ ହଜାର ଟଙ୍କାର ସଉଦା । ଏଭଳି ବେଆଇନ କାରବାରର ପର୍ଦ୍ଧାଫାସ୍ କରିଛି ଗୁଣପୁର ପୁଲିସ୍ । ନିଜ ବିଭାଗରେ କାର୍ଯ୍ୟ କରୁଥିବା ତଳିଆ କର୍ମଚାରୀଙ୍କ ମୁଖା ଖୋଲିବାରେ ସଫଳ ହୋଇଛି । ଗିରଫ ୩ ଗୃହରକ୍ଷୀ ହେଲେ ପ୍ରସାଦ ଖୁମ୍ବାର, ଗୋପବନ୍ଧୁ ଗୌଡ଼ ଓ ଜି.କ୍ରିଷ୍ଣା ରାଓ । ସେମାନଙ୍କ ମଧ୍ୟରୁ ଜଣେ ଗୁଣପୁର ଥାନାରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୨ଜଣ ଗୁମୁଡା ଥାନାରେ କାର୍ଯ୍ୟରତ । ଗଞ୍ଜେଇ କାରବାରରେ ଗିରଫ ହୋଇଥିବା ଏହି ୩ ଗୃହରକ୍ଷୀଙ୍କ ସମେତ ମୋଟ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍ ।
ଘଟଣା ଘଟିଥିଲା ଗତ ୧୭ ତାରିଖରେ । ରାମନାଗୁଡ଼ା ବ୍ଲକ୍ ଗୁମୁଡ଼ା ନିକଟରେ ଏକ ଗଞ୍ଜେଇ ବୋଝେଇ ଗାଡିÿକୁ ଛାଡ଼ି ଦେବା ଲାଗି ହୋଇଥିଲା ୪ ଲକ୍ଷ ୭୦ ହଜାର ଟଙ୍କାର ଡିଲ୍ । ଡିଲ୍ର ମୁଖ୍ୟ ମଙ୍ଗୁଆଳ ଥିଲେ ଏହି ୩ ଗୃହରକ୍ଷୀ । ଜଣଙ୍କ ପାଖରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଅନ୍ୟ ଜଣେ ଗୃହରକ୍ଷୀଙ୍କ ଜମାଖାତାରୁ ଜବତ କରାଯାଇଛି ୨ ଲକ୍ଷ ଟଙ୍କା । ବଳକା ୧ ଲକ୍ଷ ୭୦ ହଜାର ଟଙ୍କାକୁ ଅଭିଯୁକ୍ତମାନେ ଖର୍ଚ୍ଚ କରି ଦେଇଥିବା ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି । ଏହି ସୂଚନା ଦେଇଛନ୍ତି ଏଠାରେ ନୂଆ କରି ଏସ୍ଡିପିଓ ଭାବେ ଯୋଗ ଦେଇଥିବା ଅଜୟ କୁମାର ବାରିକ । ଶନିବାର ୩ ଗୃହରକ୍ଷୀଙ୍କ ସମେତ ଅନ୍ୟତମ ଅଭିଯୁକ୍ତ ଅନୀଲ କୁମାର ଗୌଡ଼କୁ ପୁଲିସ୍ କୋର୍ଟ ଚାଲାଣ କରିଛି । କାରବାରରେ ଆଉ କେଉଁମାନେ ସମ୍ପୃକ୍ତ, ତାହାର ଖୋଳତାଡ଼ ଚାଲିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗୁଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।
ନିଜ ବିଭାଗର କର୍ମଚାରୀଙ୍କ ହାତରେ ହାତକଡ଼ି ପକାଇଛି ପୁଲିସ୍ । ଘର ଢିଙ୍କି କୁମ୍ଭୀରଙ୍କୁ ଖୋଜି ବାହାର କରିଛି । ଅର୍ଥ ଲାଳସା ପାଇଁ ଗୃହରକ୍ଷୀମାନେ କିଭଳି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧରୁ ଓହରି ଏତେ ହୀନ କାର୍ଯ୍ୟ କରିପାରନ୍ତି, ତାହାର ପର୍ଦ୍ଧାଫାସ କରି ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons