ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): ଋଷିକୁଲ୍ୟା ନଦୀରୁ ବାଲି ଚାଲାଣକୁ ନେଇ ଗୋÂୀ ସଂଘର୍ଷ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ତଥା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ କୋଳିଦାସପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଲଙ୍କାକାଣ୍ଡ । ନଦୀରୁ ବାଲି ନେବାକୁ ଆସିଥିବା ୩ ଟ୍ରକ୍, ଗୋଟିଏ ଟ୍ରାକ୍ଟର୍, ବାଲି ବେପାରୀଙ୍କ ୨ ବାଇକ୍ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । ଏଥିସହ ନଦୀ ବାଲି ଉଠାଉଥିବା ଜେସିବି ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ହିଞ୍ଜିଳିକାଟୁ ଥାନା ଆଇଆଇସି ଅଭିମନୁ୍ୟ ଦାଶ, ପୁରୁଷୋତ୍ତମପୁର ରାଜସ୍ୱ ବିଭାଗ ଅଧିକାରୀଙ୍କ ସହ ୨ ପ୍ଲାଟୁନ ପୁଲିସ ଗାଁରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । ସେପଟେ ସଂଘର୍ଷ ପରେ ଭୟରେ ବହୁ ବ୍ୟକ୍ତି ଗ୍ରାମ ଛାଡ଼ି କୁଆଡେ଼ ପଳାଇଛନ୍ତି ।
ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀରୁ ବେଧଡ଼କ ବାଲିଚାଲାଣ ନେଇ ବହୁ ଅଭିଯୋଗ ହେଉଛି । ପ୍ରଶାସନ ପୁଲିସ ଏହାକୁ ରୋକିବାକୁ ପଦକ୍ଷେପ ନେଉଥିଲେ ହେଁ ତାହା ଯଥେଷ୍ଟ ହେଉନି । ଓଲଟି ନଦୀ ବାଲି ଚାଲାଣକୁ ନେଇ ବହୁ ସ୍ଥାନରେ ହିଂସା ଘଟୁଛି । ଋଷିକୂଲ୍ୟା ନଦୀର ଖରିଡ଼ା, ଶିକିରି, ଗିରିଆ, ଆଲପୁର, କୋଳିଦାସପୁର, ଅନ୍ତରିଗାଁ, ରାଳବ, ନନ୍ଦିକ ପ୍ରଭୃତି ସ୍ଥାନରୁ ଦୈନିକ ଶହ ଶହ ଟ୍ରକ୍, ଟ୍ରାକ୍ଟର୍ ଓ ହାଇୱାରେ ବାଲି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି । ସରକାରୀସ୍ତରରେ ହୋଇଥିବା ଲିଜ୍ ସ୍ଥାନ ଠାରୁ ଅଧିକ ଜାଗାରେ ବାଲି ଉଠାଣ କରାଯାଉଥିବା ଅଭିଯୋଗ ହେଉଛି । କିଛି ସ୍ଥାନରେ ବାଲି ମାଫିଆ ନିଜେ ରାସ୍ତା ନିର୍ମାଣ ଓ ମରାମତି କରି ଏକଚାଟିଆ ପତିଆରା ଜାହିର କରୁଛନ୍ତି । ପ୍ରତି ଗ୍ରାମରେ କିଛି ଯୁବକଙ୍କୁ ହାତବାରିସୀ କରି ଗ୍ରାମବାସୀଙ୍କ ବିରୋଧ ସତ୍ତେ୍ୱ ବାଲି ଚାଲାଣ କରୁଛନ୍ତି । ନଦୀ ନିକଟ ଗ୍ରାମବାସୀ ବିଭିନ୍ନ କାରଣରୁ ଏହାକୁ ବିରୋଧ କରୁଛନ୍ତି । କିନ୍ତୁ ରାଜସ୍ୱ ଓ ପୁଲିସ ବିଭାଗ ବିଶେଷ ପଦକ୍ଷେପ ନେଉନଥିବା ଅଭିଯୋଗ ଉଠୁଛି । ପୂର୍ବରୁ କିଛି ଦିନ ଧରି କୋଳିଦାସପୁର ଗାଁରେ ଏହି ପ୍ରସଙ୍ଗକୁ ନେଇ ଗୋÂୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶୁକ୍ରବାର ତାହା ଉଗ୍ରରୂପ ନେଇଥିଲା । ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ଓ ବାଲି ବେପାରୀ ତଥା ସେମାନଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ ।
କୋଳିଦାସପୁର ନଦୀ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିÿଥିଲା । ତେବେ ଉକ୍ତ ଅଞ୍ଚଳରୁ ବାଲି ଚାଲାଣ କଲେ ବନ୍ୟା ଜଳ ପାଣି ଗାଁ ଭିତରକୁ ପଶିବା ଆଶଙ୍କା କରୁଛନ୍ତି ଗ୍ରାମବାସୀ । ସେଥିପାଇଁ ସେମାନେ ବାଲିଚାଲାଣକୁ ବିରୋଧ ମଧ୍ୟ କରି ଆସୁଛନ୍ତି । ଗ୍ରାମରେ କିଛି ଦିନ ତଳେ ବାଲି ଉଠାଇବା ପ୍ରସଙ୍ଗକୁ ନେଇ ବୈଠକ ହୋଇଥିଲା । ମନ୍ଦିର ଓ ଗାଁକୋଠକୁ ଅର୍ଥ ପ୍ରଦାନ କରି କିଛି ଲୋକ ବାଲି ଚାଲାଣ ପାଇଁ ଗୋଟିଏ ଗୋÂୀକୁ ରାଜି କରାଇଥିବା ବେଳେ ଆଉ କିଛି ଏହାକୁ ବିରୋଧ ଜାରି ରଖିଥିଲେ । ଫଳରେ ଗ୍ରାମବାସୀ ଦୁଇ ଗୋÂୀ ହୋଇ ଉତ୍ତେଜନା ବଢ଼ି ଚାଲିଥିଲା । ଶୁକ୍ରବାର ରାତିରେ ବାଲି ଚାଲାଣକୁ ବିରୋଧ କରୁଥିବା ଗୋÂୀର ବହୁ ବ୍ୟକ୍ତି ନଦୀ ନିକଟରେ ପହଞ୍ଚିଥିଲେ । ସେଠାରେ ଦୁଇ ଗୋÂୀ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ହୋଇଥିଲା । ଟ୍ରକ୍, ଟ୍ରାକ୍ଟର୍ ଡ୍ରାଇଭର୍ ଓ ବାଲି ବେପାରୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ପ୍ରତିପକ୍ଷ ଗୋÂୀର ଉତ୍ତ୍ୟକ୍ତ ଲୋକ ବାଲି ବେପାରୀଙ୍କ ୨ଟି ବାଇକ୍, ୩ଟି ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର୍ରେ ନିଅାଁ ଲଗାଇ ପୋଡ଼ି ଦେଇଥିଲେ । ଜେସିବି ଭଙ୍ଗାରୁଜା କରିଥିଲେ । ଗାଡ଼ି ପୋଡ଼ାଜଳା ଘଟଣା ନେଇ ରାମକୃଷ୍ଣ ବରଡ଼ ଶନିବାର ହିଞ୍ଜିଳିକାଟୁ ଥାନାରେ ଏତଲା ଦେଇଛନ୍ତି । ଗ୍ରାମ ମନ୍ଦିର ପାଇଁ ବାଲି ଉଠାଉଥିବା ବେଳେ କିଛି ବ୍ୟକ୍ତି ମଦ ପିଇ ଗାଡ଼ି ଗୁଡ଼ିକରୁ ବଟି ମାଗିବା ଓ ମନା କରିବାରୁ ଜଳାପୋଡ଼ା କରିଥିବା ସେ ଅଭିଯୋଗ କରିଛନ୍ତି । ହିଞ୍ଜିଳିକାଟୁ ଥାନାରେ କେସ୍ ନମ୍ବର ୨୮୯/୨୦୨୦ ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଅଭିମନୁ୍ୟ ଦାଶ କହିଛନ୍ତି ।
Comments are closed, but trackbacks and pingbacks are open.