୩ ନକଲି ଡାକ୍ତର ଗିରଫ

Get real time updates directly on you device, subscribe now.

ମାଲକାନଗିରି: କରୋନା କାଳରେ ମାତିଛନ୍ତି କ୍ୱାକ୍ । ଡାକ୍ତର ପରିଚୟ ଦେଇ ନିରୀହ ଆଦିବାସୀ ଲୋକଙ୍କୁ ଠକୁଛନ୍ତି । ଏଭଳି ୩ ଜଣ ଠକ ନକଲି ଡାକ୍ତରଙ୍କୁ କାଲିମେଳା ପୁଲିସ୍ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ନକଲି ଡାକ୍ତର ହେଉଛନ୍ତି ଶଶାଙ୍କ ପାଇକ, ପରେଶ ବାଓଲି ଓ ସଚିନ ପରମାଣିକ । ଏସ୍ପି ରିଶିକେଶ ଡି ଖିଲାରୀଙ୍କ ନିଦେ୍ର୍ଧଶକ୍ରମେ କାଲିମେଳା ପୁଲିସ୍ ଏମ୍ଭି୭୩, ଏମ୍ପିଭି୧୪, ଏମ୍ପିଭି ୧୧ ଗ୍ରାମ ଉପରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ଅଭିଯୁକ୍ତମାନେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଲୋକଙ୍କୁ ବିଭିନ୍ନ ଔଷଧ ଦେବା ସହ ଠକୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ୍ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଥିବା ସୂଚନା ମିଳିଛି । ଏନେଇ କାଲିମେଲା ଥାନାରେ କେସ୍ ନମ୍ବର ୧୩୪, ୧୩୫, ୧୩୭/୨୦୨୧ରେ, ଦଫା ୪୧୯/୪୨୦/୩୮୬ରେ ମୋକଦ୍ଧମା ରୁଜୁ ହୋଇଛି । ଅଭିଯୁକ୍ତ ୩ ନକଲି ଡାକ୍ତରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ ସତ୍ୟ ପ୍ରକାଶ ସାମଲଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons