୩ ନକଲି ମାଓବାଦୀ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ମାଓବାଦୀଙ୍କ ନାଁରେ ବ୍ୟବସାୟୀ ଏବଂ ଠିକାଦାରଙ୍କଠାରୁ ଆଦାୟ କରୁଥିଲେ ଚାନ୍ଦା । ଏଭଳି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । ସେମାନେ ହେଲେ ସୁକଦେବ ମହାନନ୍ଦିଆ, ଶ୍ୟାମ ମହାନନ୍ଦିଆ ଓ ପୂର୍ଣ୍ଣ ତାଡ଼ିଙ୍ଗି । ସେମାନଙ୍କ ପାଖରୁ ଜବତ ହୋଇଛି ଗୋଟିଏ ଦେଶୀ ବନ୍ଧୁକ, ମାଓ ବ୍ୟାନର, ପୋଷାକ ଏବଂ ମାଓ ଲେଟରପ୍ୟାଡ୍ । ଗିରଫ ୩ ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମୁକେଶ କୁମାର ଭାମୁ କହିଛନ୍ତି, ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଠିକାଦାର, ବ୍ୟବସାୟୀ ଓ ଜନପ୍ରତିନିଧିଙ୍କଠାରୁ ମାଓବାଦୀ ନାଁରେ ଚାନ୍ଦାଆଦାୟ କରାଯାଉଥିଲା । କେତେକ ଜନ ପ୍ରତିନିଧି ପୁଲିସକୁ ସାକ୍ଷାତ କରି ଅଭିଯୋଗ ଆଣିଥିଲେ । ଏହାପରେ ନକଲି ମାଓବାଦୀଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । କାକିରିଗୁମ୍ମା ଥାନା କେସ୍ ନଂ ୬୮/୧୯ରେ ପୁଲିସ ନାରାୟଣପାଟଣା ଥାନା ଉପରଗୁମାଣ୍ଡି ଗାଁର ପୂର୍ଣ୍ଣ ତାଡ଼ିଙ୍ଗିକୁ ଗିରଫ କରିଥିଲା । ତା’ଠାରୁ ଗୋଟିଏ ଦେଶୀ ବନ୍ଧୁକ, ମାଓ ବ୍ୟାନର, ଗୋଟିଏ ମାଓ ପୋଷାକ ସହ ମାଓବାଦୀଙ୍କ ୧୨ଟି ଲେଟରପ୍ୟାଡ଼ ଜବତ କରାଯାଇଥିଲା । ଏହି ମାମଲାରେ ସେମିଳିଗୁଡ଼ା ତଳସାହିର ଶ୍ୟାମ ମହାନନ୍ଦିଆ ଓ ଉପରସାହିର ସୁକଦେବ ମହାନନ୍ଦିଆଙ୍କୁ ଗିରଫ କରାଯାଇଛି । ସୁକଦେବଙ୍କଠାରୁ ଗୋଟିଏ ମୋବାଇଲ ଜବତ କରାଯାଇଛି । ଅନୁରୂପ ଭାବେ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ପଟ୍ଟାଙ୍ଗି, ବୈପାରୀଗୁଡ଼ା, ନନ୍ଦପୁର, ଜୟପୁର ଆଦି ଅଞ୍ଚଳର ଜନପ୍ରତିନିଧି ଓ ଠିକାଦାରଙ୍କଠାରୁ ଚାନ୍ଦା ଆଦାୟ କରାଯାଉଥିବା ପୁଲିସକୁ ସୂଚନା ମିଳିଛି । ଏହା ଉପରେ କଡ଼ା ନଜର ରଖାଯାଇ । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons