୩ ନକଲି ମାଓବାଦୀ ଗିରଫ, ମାଓବାଦୀ ନାଁରେ ଆଦାୟ କରୁଥିଲେ ଟଙ୍କା

Get real time updates directly on you device, subscribe now.

ନାରାୟଣପାଟଣା : ଆଜି ନାରାୟଣପାଟଣା ପୋଲିସ ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଫୋନ୍ ଜବତ କରିଛି ପୋଲିସ । ଏହି ତିନି ମାଓବାଦୀ ନାରାୟଣପାଟଣା ଅଂଚଳର ବୋଲି ଜଣାପଡିଛି । ସେମାନେ ହେଲେ ବାସୁଦେବ ପାଙ୍ଗୀ, ଯୁନେଶ ଖୋସଲା ଓ ସୁରା ତାଡିଙ୍ଗି ଦୀପକ ବୁଧବାଲାଙ୍କୁ ଗତ କିଛିଦିନ ହେବ ରାସ୍ତା କାମ କରୁଥିବା ଜୟପୁରର ଠିକାଦାର ଙ୍କୁ ମାଓବାଦୀ ନାଁରେ ୨୫ ଲକ୍ଷ ଟଙ୍କା ଦାବି କରିଆସୁଥିଲେ । ବାରମ୍ବାର ସିମ୍ ବଦଳାଇ ଫୋନ୍ କରି ଧମକ ଦେଉଥିବାରୁ ଠିକାଦାର ଜଣକ ପୋଲିସର ସହାୟତା ଲୋଡିଥିଲେ ।
ପରେ ପୋଲିସ ଫୋନ୍ ଟ୍ୟାପ୍ କରି ଗତକାଲି ତାଙ୍କୁ ଧରି ପଚରାଉଚରା କରିବାରୁ ପୋଲିସ ନିକଟରେ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ସ୍ବୀକାର କରିଥିଲେ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନାରାୟଣପାଟଣା ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons