
କୁନ୍ଦୁରା,(ବି.ବି.ନୁ୍ୟଜ): କୁନ୍ଦୁରା ଥାନା ପକନାଗୁଡା ପଞ୍ଚାୟତ ଘାଡଙ୍ଗାଗୁଡା ଗାଁରୁ ଚୋରି ହୋଇଥିବା ୩ଟି ୫ଏଚପିର ମୋଟରପମ୍ପକୁ ପୁଲିସ ଉଦ୍ଧାର କରିଛି । ଏହି ଚୋରି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଆଇ ଶିବ ରଣବିଦା ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ଘାଡଙ୍ଗାଗୁଡା ଗାଁର ବନମାଳି ଗୌଡ, କମୁଳୁ ଗୌଡ ଓ ସୁଦର୍ଶନ ଗୌଡ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୩୦ରେ ଏହି ଗାଁର ତିନୋଟି ପମ୍ପ ଚୋରି ହୋଇଥିଲା । ଏନେଇ ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ କରି ପୁଲିସ ପ୍ରଥମେ ବନମାଳିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏଥିରେ କମୁଳୁ ଓ ସୁଦର୍ଶନଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ଥାନା ଏଏସଆଇ ସର୍ବେଶ୍ୱର ରାଓ, ଆର୍.ଏମ୍.ଗୁଣ୍ଠା, ପି.କେ.ନାୟକ ପ୍ରମୁକ ସାମିଲ ଥିଲେ ।
Comments are closed, but trackbacks and pingbacks are open.