୩ ଯୁବକଙ୍କୁ ନିର୍ଧୁମ ଛେଚି ପୁଲିସ୍ ଜିମାଦେଲେ

Get real time updates directly on you device, subscribe now.

ରାମନାଗୁଡ଼ା,(ବି.ବି.ନୁ୍ୟଜ୍): ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଗୋସାଇଁଗୁଲୁମୁଣ୍ଡାରେ ଗତ ଦୁଇଦିନ ମଧ୍ୟରେ ୪ ବାଇକ୍ ଚୋରି ହୋଇଛି । ସେଥିମଧ୍ୟରୁ ଗୋଟିଏ ବାଇକ୍ ରବିବାର ଉଦ୍ଧାର କରାଯିବା ସହ ଚୋରି ଅଭିଯୋଗରେ ଗ୍ରାମବାସୀ ୩ଜଣ ଯୁବକଙ୍କୁ ଧରି ନିର୍ଧୁମ ଛେଚିବା ପରେ ପୁଲିସ ଜିମା ଦେଇଛନ୍ତି । ମାଡଖାଇ ଆହତ ହୋଇଥିବା ଯୁବକଙ୍କୁ ପୁଲିସ ମେଡିକାଲ୍ରେ ଭର୍ତ୍ତି କରିବା ସହ ଚୋରି ଘଟଣା ତଦନ୍ତ ଆରମ୍ଭ କରିଛି । ଗତ ୧୪ ତାରିଖରେ ଗୋସାଇ ଗୁଲୁମୁଣ୍ଡା ଗାଁରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିଲା । ଏହି ଯାତ୍ରାରୁ ଗୋଟିଏ ଦିନରେ ୩ଟି ବାଇକ୍ ଚୋରି ହୋଇଥିଲା । ଗାଡିମାଲିକମାନେ ଥାନାରେ ଏତଲା ଦେଇଥିଲେ । ରବିବାର ଆଉ ଏକ ବାଇକ୍(ଓଡି ୧୮ଡି ୬୯୪୩) ଚୋରି ହୋଇଥିଲା । ଏସମ୍ପର୍କରେ ଗାଡ଼ିମାଲିକ ଅଶୋକ ଗମାଙ୍ଗ ଥାନାରେ ଏତଲା ଦେଇଥିଲେ । ଗୁଲୁମୁଣ୍ଡା ଗାଁର ଏକ ପାଳଗଦାରେ ଗାଡିକୁ ଲୁଚାଯାଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଚୋରି ବାଇକ୍ ବୋଲି ଜଣାପଡିବା ପରେ ଗାଁର ୩ଜଣ ଯୁବକଙ୍କୁ ନିର୍ଧୁମ ଛେଚିଥିଲେ । ପରେ ପୁଲିସ୍କୁ ଖବର ଦିଆଯାଇଥିଲା । ପୁଲିସ୍ ଗାଁରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବାଇକ୍ ଜବତ କରିଥିଲା । ଗୁଣପୁର ଥାନାରେ ଅଭିଯୁକ୍ତ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons