୪ର୍ଥ ପର୍ଯ୍ୟଟନ ସମ୍ମେଳନ:କାର୍ଯ୍ୟକ୍ଷମ ହେବ ୫୧ ଐତିହ୍ୟ ହୋମ୍ଷ୍ଟେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୧ଟି ଐତିହ୍ୟ ବିଲଡିଂ ରହିଥିବା ବେଳେ ଆସନ୍ତା ଦିନରେ ଏସବୁକୁ କାର୍ଯ୍ୟକ୍ଷମ କରାଯିବ । ଏଗୁଡିକ କିପରି ପର୍ଯ୍ୟଟକଙ୍କ ରହଣି ସ୍ଥଳ ପାଲଟିବ ସେଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟାୟରେ ୬ଟିର କାମ ସରିଥିବା ବେଳେ ଆଉ ତିନୋଟିର ନବୀକରଣ ଓ ସଂରକ୍ଷଣ କାମ ଡିସେମ୍ବର ସୁଦ୍ଧା ସରିବ । ବାକି ୧୦ଟି ଐତିହ୍ୟ ସମ୍ପତ୍ତି ୨୦୨୧ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ ବୋଲି ୪ର୍ଥ ପର୍ଯ୍ୟଟନ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଓଡିଶା ପକ୍ଷରୁ ବୁଧବାର ସ୍ୱସ୍ତି ପ୍ରିମିୟମ୍ରେ ଆୟୋଜିତ ୪ର୍ଥ ଓଡିଶା ପର୍ଯ୍ୟଟନ ସମ୍ମେଳନକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଲେ ଯେ, ଓଡିଶାବାସୀ ଭଗବାନଙ୍କ ଅଂଶ ବିଶେଷ । ଐକ୍ୟପଣ ଓଡିଶାର ସମ୍ପତ୍ତି । ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଦେବଦୂତ । ଭାରତରେ ସାରା ବିଶ୍ୱ ରହିଛି । ତେଣୁ ଭାରତୀୟମାନେ ଭାରତ ବାହାରକୁ ଯାଇ ଖର୍ଚ୍ଚ କରିବା ପରିବର୍ତ୍ତେ ନିଜ ଦେଶରେ ଖର୍ଚ୍ଚ କରି ପାରିବେ । ବିଦେଶୀ ପର୍ଯ୍ୟଟକଙ୍କ କଥା ବିଚାର କରି କହିଲେ ଆମକୁ ଆମର ଧାରଣାରେ ପରିବର୍ତ୍ତନ ଆଣିବାକୁ ପଡିବ । ତାରକା ହୋଟେଲ ପରିବର୍ତ୍ତେ ଜଙ୍ଗଲର କୁଡିଆ ସେମାନଙ୍କୁ ବେଶୀ ଖୁସି ଦେଇ ପାରିବ । ତେଣୁ ସେ ଦିଗରେ ସମସ୍ତେ ଚେଷ୍ଟା କରିବା ଉଚିତ ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରଣାଳୟର ଅତିରିକ୍ତ ମହାପ୍ରବନ୍ଧକ ରୁପିନ୍ଦର ବ୍ରାର୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ ସାରା ଦେଶରେ ଜିଏସ୍ଟି ଅଭିଯୋଗ । ହୋଟେଲିୟର୍ମାନେ ଏହାକୁ କମାଇଦେବାକୁ ଦାବି କରୁଥିବା ବେଳେ ଏନେଇ ଗତ ସପ୍ତାହରେ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଯାଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ବିଷୟକୁ ଗୁରୁତର ସହ ନେଇଛନ୍ତି । ଏ ପ୍ରସ୍ତାବ ଜିଏସ୍ଟି କାଉନସିଲକୁ ଯାଇଥିବା ବେଳେ ଏହା ସକାରାତ୍ମକ ଫଳ ଦେବ ।
ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଥିଲେ ଦୀର୍ଘଦିନ ଧରି ବନ୍ଦ ପଡିଥିବା ଶାମୁକା ବିଚ୍ ପ୍ରୋଜେକ୍ଟକୁ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏନ୍ଜିଟି କ୍ଲିୟରାନ୍ସ ପାଇଁ ଏହା କିଛିଦିନ ଅଟକିଥିବା ବେଳେ ଏବେ ଏସବୁ ସରିଛି । ତେବେ ଏହି ଯୋଜନା ପାଇଁ ସେତେବେଳେ ଯେଉଁ ସ୍ଥାନ ଚିହ୍ନଟ କରାଯାଇଥିଲା ତାହା ଉପରେ ଏବେ ବାଲି ଚଢ଼ିଯାଇଛି । ତେଣୁ ପୁଣିଥରେ ଆମକୁ ନୂଆକରି ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ହେବ । ଥରେ ଏହା ପ୍ରସ୍ତୁତ ହେଲା ପରେ ତୁରନ୍ତ କାମ ଆରମ୍ଭ କରାଯିବ । ଏହାଛଡା ଖୁବ୍ଶୀଘ୍ର ହୀରାକୁଦ, ଚିଲିକା ଓ ଭିତରକନିକାରେ ଜଳକ୍ରୀଡା ସୁବିଧା କରିବାକୁ ବିଭାଗ ଚିନ୍ତା କରୁଥିବା ସେ କହିଥିଲେ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ ପର୍ଯ୍ୟଟନକୁ ନେଇ ଆମର କାହା ସହ ତୁଳନା ନାହିଁ କି ପ୍ରତିଯୋଗିତା ନାହିଁ । ଏବେ ସମସ୍ତେ ଏକାଠି ହୋଇ କାମ କରିବାର ବେଳ ଆସିଛି । ଆସନ୍ତା ଦିନରେ ଓଡିଶା-ବିହାର-ଆସାମ୍-ପଶ୍ଚିମବଙ୍ଗକୁ ଏକ ସର୍କିଟରେ ପରିଣତ କରି ବିଦେଶୀ ପର୍ଯ୍ୟଟକଙ୍କୁ କିପରି ଆକୃଷ୍ଟ କରିହେବ ସେ ଦିଗରେ କେନ୍ଦ୍ର କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ ।
ହାରୋର ଅଧ୍ୟକ୍ଷ ଜେକେ ମହାନ୍ତି ଉନ୍ନତ ଭିତ୍ତିଭୂମି, ଆନ୍ତର୍ଜାତୀୟ ବିମାନ ସେବା, ହୋଟେଲ, ଅନୁଭବାତ୍ମକ ପର୍ଯ୍ୟଟନ ଓ ମାଇସ୍ ଟୁରିଜିମ୍ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ନିଦେ୍ର୍ଧଶକ ନିର୍ମଳ ଚନ୍ଦ୍ର ମିଶ୍ର ଯୋଗଦେଇଥିବା ବେଳେ ହାରୋର ସେକ୍ରେଟେରୀ ଜେନେରାଲ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons