୪୦୦ ଶବ ବୋହି ମିଳିଲାନି ଚାରିକାନ୍ଧ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ହଜିଯାଉଛି ମଣିଷପଣିଆ । ସ୍ୱାର୍ଥ ସରିଗଲେ ସମସ୍ତେ ହୋଇଯାଉଛନ୍ତି ପର । କରୋନା ଛିଣ୍ଡାଇ ଦେଇଛି ସ୍ନେହ, ମମତା ଓ ସମ୍ପର୍କର ଡୋରି । ବଦଳାଇ ଦେଇଛି ବନ୍ଧୁତାର ସଂଜ୍ଞା । ଦିନେ ଯିଏ ସ୍ୱେଚ୍ଛାକୃତ ଭାବେ ଅନ୍ୟମାନଙ୍କ ଶବକୁ କାନ୍ଧ ଦେଉଥିଲେ, ଏବେ ତାଙ୍କ ପାଇଁ ମିଳିଲାନି ଚାରିକାନ୍ଧ । ସମସ୍ତେ ଦେଖୁଥିଲେ, ହେଲେ କେହି ପାଖ ମାଡ଼ିଲେନି । ପରିସ୍ଥିତି ଏମିତି ହେଲା ଯେ, ଦୀର୍ଘ ୪ ଘଣ୍ଟା ଧରି ପଡ଼ିରହିଲା ଶବ । ଶେଷରେ ଆଗକୁ ଆସିଲେ ୩ ଜଣ ଯୁବକ । ଏକ ଟ୍ରଲି ରିକ୍ସାରେ ଟାଣି ଟାଣି ନେଲେ ମୃତଦେହ । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ଅଞ୍ଚଳରେ ।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ବାରାଟମ୍ ସାହିର ୬୫ ବର୍ଷୀୟ କାରୁବୁ ବାରାଟମଙ୍କ ରବିବାର ମଧ୍ୟାହ୍ନରେ ହୃଦଘାତରେ ଦେହାନ୍ତ ହୋଇଥିଲା । ଚାରି ଘଣ୍ଟା ଧରି ଘର ଦାଣ୍ଡରେ ପଡ଼ିରହିଲା ମୃତଦେହ । ବଞ୍ଚିଥିବା ବେଳେ ନିଜ କାନ୍ଧରେ ଶତାଧିକ ଶବ ବୋହିଥିଲେ କାରୁବୁ । ହେଲେ ତାଙ୍କ ଶବକୁ ଶ୍ମଶାନ ନେବା ଲାଗି ପଡୋଶୀ କିମ୍ବା ସାଙ୍ଗସାଥୀ କେହିହେଲେ ଆସିଲେନି । ମୃତଦେହ ପାଖରେ ବସି ଲୁହ ଗଡ଼ାଇ ଚାଲିଥିଲେ ସ୍ତ୍ରୀ ଓ ପୁଅ । ଶବକୁ କେମିତି ଶ୍ମଶାନ ନେବେ, ସେହି ଚିନ୍ତାରେ ରହିଥିଲେ । ଶେଷରେ ସ୍ଥାନୀୟ ଯୁବକ ରଂଜନ କୁମାର ରଥ ଓ ତାଙ୍କର ଦୁଇବନ୍ଧୁ ରଘୁନନ୍ଦନ ସାହୁ(ବଳିଆ) ଓ ଚିନ୍ନାରୀ ନାଗରାଜୁ ଆଗକୁ ଆସିଥିଲେ । ମେଡିକାଲ ଯାଇ ପିପିଇ କିଟ୍ ମାଗି ପରିଧାନ କରିଥିଲେ । ଏକ ଟ୍ରଲି ରିrାରେ ଶବ ରଖି ଟାଣି ଟାଣି ନେଇଥିଲେ ଶ୍ମଶାନକୁ । ଏହି ସମୟରେ ସାହିଲୋକ ଠିଆ ହୋଇ ଦେଖୁଥିଲେ । କିନ୍ତୁ ଶବାଧାରରେ ଜଣେ ହେଲେ କେହି ସାମିଲ ହୋଇନଥିଲେ । ରାତି ୮ଟାରେ ଶବ ଶ୍ମଶାନରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । କ୍ଷୁଦ୍ର ବ୍ୟବସାୟୀ ଭାବେ ଗୁଡାରୀ ଅଞ୍ଚଳରେ ବେଶ୍ ପରିଚିତ ତିଲେ କାରୁବୁ । କୁମୁଟି ସମ୍ପ୍ରଦାୟର ପ୍ରାୟ ୪୦୦ ଶବ ନିଜ କାନ୍ଧରେ ବୋହିଥିଲେ । ସ୍ୱାଭାବିକ ଭାବେ ତାଙ୍କ ମୃତୁ୍ୟ ହୋଇଥିଲେ ବି କରୋନା ଭୟ ସମସ୍ତଙ୍କୁ ଦୂରରେ ରଖିଥିଲା ।
ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଘଟୁଛି ଏଭଳି ଅଭାବନୀୟ ଘଟଣା । ବିଶେଷ କରି କୁମୁଟି ସଂପ୍ରଦାୟରେ ହିଁ ଏଭଳି ଘଟଣା ଘଟୁଛି । ଗତମାସ ୧୮ ତାରିଖରେ ଗୁଣପୁର କୁମୁଟିସାହିରେ ଗୁଡଲା କ୍ରିଷ୍ଣାରାଓଙ୍କ ମୃତୁ୍ୟ ବେଳକୁ ସମାନ ସ୍ଥିତି ଉପଜୁଥିଲା । ଏହାପରେ ୨୨ତାରିଖରେ ଡାକ୍ତର ଲାଡି ରାମାରାଓଙ୍କ ମୃତୁ୍ୟ ହୋଇଥିଲା । ସେ ତିନି ଦଶନ୍ଧି ଧରି ଜଣେ ଡାକ୍ତର ଭାବେ ଗୁଣପୁର ଲୋକଙ୍କୁ ସେବା ଯୋଗାଇଥିଲେ । ପରିତାପର ବିଷୟ, ତାଙ୍କ ଶବାଧାରରେ କେହି ଜାତିଭାଇ ବି ବାହାରି ନଥିଲେ । ୨୬ ତାରିଖରେ ଗୁଡଲା ହାରିନାଥ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତାଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା । ସେହିପରି ଗୁଣପୁରରେ ଗୁଡଲା ଭାସ୍କର ରାଓ କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ତାଙ୍କ ପରିବାରର ତିନି ଜଣଙ୍କୁ ବାଦ୍ ଦେଲେ ଆଉ କେହି ଆଗକୁ ଆସିନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons