୪୦ ଫୁଟ୍ ତଳକୁ ଖସିଲା ଟ୍ରକ୍

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ତେଲକୋଇ କାଞ୍ଜିପାଣି ପୂର୍ତ୍ତ ବିଭାଗ ରାସ୍ତାର କାଞ୍ଜିପାଣି ଘାଟିରେ ଆଜି ଏକ ବାର ଚକିଆ ଟ୍ରକ୍ ୪୦ ଫୁଟ୍ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଓ ହେଲପର୍ ଫେରାର୍ ହୋଇ ଯାଇଥିବାବେଳେ ଗାଡିରେ ଲିପ୍ଟ ଯୋଗେ ଆସୁଥିବା ହଳଦିପାଣି ଗ୍ରାମର ଗୁଣ ଦେହୁରୀ(୧୯) ଗୁରୁତର ଆହତ ହୋଇଛନ୍ତି ।
ଓଆର ୦୯ଜି ୭୭୩୬ ନଂ ବିଶିଷ୍ଟ ଟ୍ରକ୍ଟି କାଞ୍ଜିପାଣି ଦେଇ ତେଲକୋଇ ଅଭିମୂଖେ ଆସୁଥିବାବେଳେ ହଳଦିପାଣି ଗ୍ରାମର ଗୁଣ ଦେହୁରୀ ଉକ୍ତ ଗାଡିରେ ନିଜ ଗାଁ ପର୍ଯ୍ୟନ୍ତ ଆସିବା ପାଇଁ ଲିଫ୍ଟ ମାଗି ଗାଡିରେ ବସିଥିଲେ । ଟ୍ରକ୍ଟି ଘାଟିର ବୁଲାଣିରେ ଭାରସାମ୍ୟ ହରାଇ ପାଖାପାଖି ୪୦ଫୁଟ୍ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରୁ ଚାଳକ ଓ ହେଲପର ଫେରାର ହୋଇ ଯାଇଥିବାବେଳେ ଗୁଣ ଦେହୁରୀ ଗାଡିରେ ଚାପି ହୋଇ ରହିଥିଲେ । ପାଟି ଶୁଣି ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରିଥିଲେ ।
ଖବର ପାଇ କାଞ୍ଜିପାଣି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ଗୁଣ ଦେହୁରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ କାଞ୍ଜିପାଣି ଥାନା ପୁଲିସ୍ ୦୯/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons